ଓଡିଶା

ବଢୁଛି ତାତି; ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ 

(ଭୁବନେଶ୍ୱର) :  ଦିନ ବଢ଼ିବା ସହ ବଢୁଛି ତାତି । ଘରେ ରହିବା ଯେମିତି ମୁସ୍କିଲ ହେଉଛି, ବାହାରକୁ ବାହାରିଲେ ଅବସ୍ଥା ଆହୁରି ସାଂଘାତିକ ହୋଇ ପଡ଼ୁଛି । ଶରୀରରୁ ଗମ୍‌ଗମ୍ ଝାଳ ବାହାରିପଡୁଛି । ରାଜ୍ୟର ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଋହିଥିଲା। ଏଥିରେ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ଅନ୍ୟପଟେ ରାଜ୍ୟରେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନଙ୍କୁ ଆରାମ ପ୍ରଦାନ କରିଛନ୍ତି ସରକାର । ରବିବାର ବ୍ୟତୀତ ବିଦ୍ୟାଳୟରେ ଚାରି ଦିନ ଅତିରିକ୍ତ ଛୁଟି ପାଇବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ ନିର୍ଦ୍ଦେଶ ଦେଇଛନ୍ତି । କାଲିଠୁ ୨୦ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Related posts

ନିଯୁକ୍ତି ବନ୍ଦକୁ ନେଇ ସରକାରଙ୍କ ସ୍ପଷ୍ଟିକରଣ

mahabharatanews

ଯୁକ୍ତଦୁଇର ଛାତ୍ରଛାତ୍ରୀଙ୍କୁ ଲାପଟପ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବୀପତ୍ର ପ୍ରଦାନ

mahabharatanews