ଓଡିଶା

କମୁଛି ତାପମାତ୍ରା ବଢୁଛି ଶୀତ

କମୁଛି ତାପମାତ୍ରା ବଢୁଛି ଶୀତ। ଧୀରେ ଧୀରେ ତଳ ମୁହାଁ ହେଉଛି ପାରଦ । ଅଭ୍ୟନ୍ତରୀଣ ଓଡ଼ିଶାରେ ପାରଦ କମିବା ସହ ଶୀତ ଅନୁଭୂତ ହେଉଛି। ସ୍ଥାନେ ସ୍ଥାନେ ଘନ କୁହୁଡ଼ି ମଧ୍ୟ ଲାଗିରହିଛି। ୨୦ ଓ ୨୧ ତାରିଖ ବେଳକୁ ରାତିର ତାପମାତ୍ରା ଚଳିତବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ନେଇ ଆକଳନ କରାଯାଇଛି।

ସୂଚନାନୁଯାୟୀ , ୧୮ ଓ ୧୯ ତାରିଖରେ ରାତିର ତାପମାତ୍ରା ଆଜି ପରି ପ୍ରାୟତଃ ସମାନ ରହିବ। ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ୧୫ ଡିଗ୍ରି ଉପରେ ରହିପାରେ। ୨୦ ଓ ୨୧ ତାରିଖ ବେଳକୁ ସୁନ୍ଦରଗଡ଼, ଅନୁଗୁଳ, କୋରାପୁଟ, ଫୁଲବାଣୀ, କେନ୍ଦୁଝରଗଡ଼, ବାରିପଦା ପ୍ରଭୃତି ସ୍ଥାନରେ ପାରଦ ୯ ଡିଗ୍ରି କିମ୍ବା ତା’ଠାରୁ ତଳକୁ ଖସି ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Related posts

ସମ୍ପତ୍ତି ପାଇଁ ବାପାକୁ ମାରିବାକୁ ଧମକ ଦେଲା ପୁଅ

mahabharatanews

ଆଜିଠୁ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଦିନ ଦ୍ୱିପ୍ରହରରେ ବନ୍ଧନ ବ୍ୟାଙ୍କ ସମ୍ମୁଖରୁ ଗ୍ଲାମର ବାଇକ ଚୋରି

mahabharatanews