ନୂଆଦିଲ୍ଲୀ: ଆଜି ମହାକାଶରୁ ଏକ ବିରାଟ ଉଲ୍କା ପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହା ପୃଥିବୀରେ ମାଡ଼ ହେବ ନାହିଁ ବୋଲି ମହାକାଶ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀଠାରୁ ୩୭ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ଏହି ଉଲ୍କା ପିଣ୍ଡ ଅତିକ୍ରମ କରୁଛି ବୋଲି ନାସା ପକ୍ଷରୁ କୁହାଯାଇଛି ।
ଉଲ୍କାଟି ଏକ ନିୟର ଆର୍ଥ ଅବଜେକ୍ଟ ବା ପୃଥିବୀ ନିକଟତର ବସ୍ତୁ (ଏନଇଓ) ହୋଇଥିବାରୁ ଏହା ମହାକାଶ ସଂସ୍ଥାକୁ ସୌରମଣ୍ଡଳର ଇତିହାସ ବିଷୟରେ ଅଧ୍ୟୟନ କରିବାରେ ସହାୟତା କହିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ଉଲ୍କାର ଲମ୍ବ ପ୍ରାୟ ୧୪୦ ମିଟରରୁ ୩୩୦ ମିଟର ହେବ, ଯାହା କୁତବ୍ ମିନାରଠାରୁ ୪ ଗୁଣ ଏବଂ ଲଣ୍ଡର ୱେଷ୍ଟ ମିନିଷ୍ଟରରେ ଥିବା ବିଗ୍ ବେନ୍ଠାରୁ ୩ ଗୁଣ ବଡ଼ ବୋଲି କୁହାଯାଇଛି। ସେକେଣ୍ଡକୁ ୧୩ କିଲୋମିଟର ଏବଂ ଘଣ୍ଟାକୁ ୪୬ ହଜାର ୮୦୦ କିଲୋମିଟର ବେଗରେ ଏହା ମହାକାଶରୁ ଖସୁଛି। ଆମେରିକାର ମହାକାଶ ସଂସ୍ଥା ନାସା ଏହାର ଜେଟ୍ ପ୍ରପଲସନ ଲାବରେଟୋରି ୱେବସାଇଟ୍ରେ ଲେଖିଛି ଯେ, ଏନଇଓଗୁଡିକ ହେଉଛନ୍ତି ଧୂମକେତୁ ଏବଂ କ୍ଷୁଦ୍ରଗ୍ରହ, ଯାହା ନିକଟ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇ ୠ୍ରାହଗୁଡିକର ନିକଟତର ହୋଇଥାଏ ।
previous post
next post
