ବ୍ୟୁରୋ : ଗ୍ୟାସ ଲିକ ଗ୍ୟାସ ପାଇପ ସବୁବେଳେ ଯାଞ୍ଚ କରନ୍ତୁ । ରୋଷେଇ ଆରମ୍ଭ ହେବା ପୂର୍ବରୁ ଏବଂ ରୋଷେଇ ସରିବା ପରେ ଥରେ ନିହାତି ଭାବେ ଚେକ କରି ନିଅନ୍ତୁ । ଏଥିରୁ ଆପଣ ଜାଣିପାରିବେ, ଆପଣଙ୍କ ଗ୍ୟାସ ଲିକ ଅଛି କି ନାହିଁ । ଏହା ଏଲପିଜି ଗ୍ୟାସ ସଂରକ୍ଷଣର ସବୁଠାରୁ ଭଲ ଉପାୟ ।
ପ୍ୟାନକୁ ଶୁଖାଇ ଗ୍ୟାସରେ ବସାନ୍ତୁ ଏହା ଏକ ସରଳ ଓ ସୁବିଧା ଉପାୟ, ଯେଉଁଥିରେ ଆପଣ ବିନା ପରିଶ୍ରମରେ ରୋଷେଇ ଗ୍ୟାସକୁ ବଞ୍ଚାଇ ପାରିବେ । ଏଠାରେ ଆପଣ ଏଲପିଜି ଗ୍ୟାସର ବ୍ୟବହାର ବାସନ ଶୁଖାଇବା ପାଇଁ କରନ୍ତୁ ନାହିଁ । ବାସନ ଶୁଖାଇବା ପାଇଁ ରୋଷେଇ ଘର ଟାୱଲ ବ୍ୟବହାର କରନ୍ତୁ ।
ଓଭରକୁକିଂ ଏହା ଅଯଥା ଏଲପିଜି ଖର୍ଚ୍ଚ ହେବାର ସବୁଠାରୁ ବଡ଼ କାରଣ । ତେଣୁ ଯଦି ଆପଣ ଖାଦ୍ୟ ରାନ୍ଧୁଛନ୍ତି, ତା’ହେଲେ ରାନ୍ଧିବା ସମୟ ଉପରେ ନଜର ରଖନ୍ତୁ । ସବୁ ପରିବା ଅତି ସିଝିବା ଜରୁରୀ କି ନୁହେଁ, ତାହା ଦେଖନ୍ତୁ । ଭୋଜନରେ ସାଲାଡ଼,ଦହି ଆଦି ସାମିଲ କରନ୍ତୁ । କାରଣ, ଏଗୁଡ଼ିକୁ ସିଝାଇବାକୁ ପଡ଼ି ନଥାଏ । ସେହିପରି ଛୋଟ ଛୋଟ ସବଜିକୁ ଆପଣ ଚାହିଁଲେ ମାଇକ୍ରୋୱଭରେ ସିଝାଇପାରିବେ ।
ଢାଙ୍କୁଣୀ ବ୍ୟବହାର କରନ୍ତୁ ସବୁବେଳେ ଖାଦ୍ୟ ରାନ୍ଧିବା ବେଳେ ଢାଙ୍କୁଣୀ ବ୍ୟବହାର କରନ୍ତୁ । କାରଣ,ଏମିତି କଲେ, ବାମ୍ପ ଭିତରେ ରହିଥାଏ । ଏହା ଖାଦ୍ୟକୁ ଶୀଘ୍ର ରାନ୍ଧିବାରେ ସହାୟକ ହୋଇଥାଏ ।
ଥର୍ମୋପ୍ଲାସ ଯଦି ଅଧିକାଂଶ ବ୍ୟଞ୍ଜନ ରାନ୍ଧିବା ପୂର୍ବରୁ ଆପଣଙ୍କୁ ଗରମ ପାଣିରେ ଆବଶ୍ୟକ ପଡ଼ିଥାଏ, ତା’ହେଲେ ଥର୍ମୋପ୍ଲାସ ବ୍ୟବହାର କରନ୍ତୁ । ଗ୍ୟାସରେ ଥରେ ପାଣି ଗରମ କରନ୍ତୁ । ଗ୍ୟାସରେ ଥରେ ପାଣି ଗରମ କରନ୍ତୁ ଏବଂ ଏହାକୁ ଥର୍ମୋପ୍ଲାସରେ ରଖିଦିଅନ୍ତ