ଓଡିଶା

ଗ୍ୟାସ ସଂରକ୍ଷଣ କରିବାର ଉପାୟ

ବ୍ୟୁରୋ : ଗ୍ୟାସ ଲିକ ଗ୍ୟାସ ପାଇପ ସବୁବେଳେ ଯାଞ୍ଚ କରନ୍ତୁ । ରୋଷେଇ ଆରମ୍ଭ ହେବା ପୂର୍ବରୁ ଏବଂ ରୋଷେଇ ସରିବା ପରେ ଥରେ ନିହାତି ଭାବେ ଚେକ କରି ନିଅନ୍ତୁ । ଏଥିରୁ ଆପଣ ଜାଣିପାରିବେ, ଆପଣଙ୍କ ଗ୍ୟାସ ଲିକ ଅଛି କି ନାହିଁ । ଏହା ଏଲପିଜି ଗ୍ୟାସ ସଂରକ୍ଷଣର ସବୁଠାରୁ ଭଲ ଉପାୟ ।

ପ୍ୟାନକୁ ଶୁଖାଇ ଗ୍ୟାସରେ ବସାନ୍ତୁ ଏହା ଏକ ସରଳ ଓ ସୁବିଧା ଉପାୟ, ଯେଉଁଥିରେ ଆପଣ ବିନା ପରିଶ୍ରମରେ ରୋଷେଇ ଗ୍ୟାସକୁ ବଞ୍ଚାଇ ପାରିବେ  । ଏଠାରେ ଆପଣ ଏଲପିଜି ଗ୍ୟାସର ବ୍ୟବହାର ବାସନ ଶୁଖାଇବା ପାଇଁ କରନ୍ତୁ ନାହିଁ  । ବାସନ ଶୁଖାଇବା ପାଇଁ ରୋଷେଇ ଘର ଟାୱଲ ବ୍ୟବହାର କରନ୍ତୁ  ।

ଓଭରକୁକିଂ ଏହା ଅଯଥା ଏଲପିଜି ଖର୍ଚ୍ଚ ହେବାର ସବୁଠାରୁ ବଡ଼ କାରଣ  । ତେଣୁ ଯଦି ଆପଣ ଖାଦ୍ୟ ରାନ୍ଧୁଛନ୍ତି, ତା’ହେଲେ ରାନ୍ଧିବା ସମୟ ଉପରେ ନଜର ରଖନ୍ତୁ । ସବୁ ପରିବା ଅତି ସିଝିବା ଜରୁରୀ କି ନୁହେଁ, ତାହା ଦେଖନ୍ତୁ । ଭୋଜନରେ ସାଲାଡ଼,ଦହି ଆଦି ସାମିଲ କରନ୍ତୁ । କାରଣ, ଏଗୁଡ଼ିକୁ ସିଝାଇବାକୁ ପଡ଼ି ନଥାଏ । ସେହିପରି ଛୋଟ ଛୋଟ ସବଜିକୁ ଆପଣ ଚାହିଁଲେ ମାଇକ୍ରୋୱଭରେ ସିଝାଇପାରିବେ  ।

ଢାଙ୍କୁଣୀ ବ୍ୟବହାର କରନ୍ତୁ ସବୁବେଳେ ଖାଦ୍ୟ ରାନ୍ଧିବା ବେଳେ ଢାଙ୍କୁଣୀ ବ୍ୟବହାର କରନ୍ତୁ । କାରଣ,ଏମିତି କଲେ, ବାମ୍ପ ଭିତରେ ରହିଥାଏ  । ଏହା ଖାଦ୍ୟକୁ ଶୀଘ୍ର ରାନ୍ଧିବାରେ ସହାୟକ ହୋଇଥାଏ  ।

ଥର୍ମୋପ୍ଲାସ ଯଦି ଅଧିକାଂଶ ବ୍ୟଞ୍ଜନ ରାନ୍ଧିବା ପୂର୍ବରୁ ଆପଣଙ୍କୁ ଗରମ ପାଣିରେ ଆବଶ୍ୟକ ପଡ଼ିଥାଏ, ତା’ହେଲେ ଥର୍ମୋପ୍ଲାସ ବ୍ୟବହାର କରନ୍ତୁ । ଗ୍ୟାସରେ ଥରେ ପାଣି ଗରମ କରନ୍ତୁ । ଗ୍ୟାସରେ ଥରେ ପାଣି ଗରମ କରନ୍ତୁ ଏବଂ ଏହାକୁ ଥର୍ମୋପ୍ଲାସରେ ରଖିଦିଅନ୍ତ

Related posts

ବିଜେପି ନେତାଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଯୁବକର ଜୀବନ 

mahabharatanews

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜିଲ୍ଲାଶିକ୍ଷା ବିଭାଗର ୪୦ ଲକ୍ଷ ୨୫ ହଜାର ଦାନ

mahabharatanews

ପାରା ମେଡିକାଲ ସ୍ୱାସ୍ଥ୍ୟ କର୍ମୀଙ୍କ ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

mahabharatanews