ଓଡିଶାଖେଳଭାରତ

ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ଦୁଇଟି ଟିମର ଖେଳାଳିମାନେ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ହୋଟେଲ ମେଫେୟାରରୁ ବାହାରିଛନ୍ତି । ତେବେ ଖେଳାଳିଙ୍କ ବସ ଯେଉଁ ରୁଟ୍ ଦେଇ ଯିବ ସେହି ରୁଟ୍କୁ ସିଲ୍ କରାଯାଇଛି । ସେପଟେ ବାରବାଟୀ ଷ୍ଟାଣ୍ଡିୟମରେ ଖେଳାଳିଙ୍କୁ ସ୍ୱାଗତ ଲାଗି ପୁଲିସ ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦର୍ଶକ ତଥା କ୍ରିକେଟ୍ ପ୍ରେମୀଙ୍କ ଟିକେଟ୍ ଯାଞ୍ଚ କରାଯାଇ ଭିତରକୁ ଛଡାଯାଉଛି । ମ୍ୟାଚଟି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ । କମିଶନରେଟ୍ ପୁଲିସ ପକ୍ଷରୁ ଉଭୟ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କ୍ରିକେଟ୍ ପ୍ରେମୀମାନେ ଭାରତ ସମ୍ପୃକ୍ତ ମ୍ୟାଚ୍ରେ ଜିତିବ ବୋଲି ବହୁତ ଆଶାବାଦୀ ରହିଛନ୍ତି ।

Related posts

ରୁପା ଛାଉଣୀ ପାଇଁ ଶ୍ରୀମନ୍ଦିରକୁ ଆସିଲା ରୁପା ଚାଦର

mahabharatanews

ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି; ଘୋଷଣା କଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା

mahabharatanews

ଭୂଟାନରୁ ଫେରି ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

mahabharatanews