ଓଡିଶା

ବିକାଶ କ୍ଷେତ୍ରରେ ସଫଳତା ହାସଲ କରିଛି ମିଶନ ଶକ୍ତି

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ମିଶନ ଶକ୍ତି ରାଜ୍ୟରେ ମହିଳା ମାନଙ୍କର ବିକାଶ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ମିଶନ ଶକ୍ତି ମହିଳା ସଂୟ ସହାୟକ ଗୋଷ୍ଠି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଉଦ୍ୟମରେ ରାଜ୍ୟରେ ସହରୀ ବିକାଶ ମଡେଲ ଭାବେ ଆଗାମୀ ଦିନରେ ପରିଚାଳିତ ହେବ । ରାଜ୍ୟରେ ୧୬ ହଜାର ମିଶନ ଶକ୍ତି ସଂୟ ସହାୟକ ଗ୍ରୁପ ବିକାଶ କ୍ଷେତ୍ରରେ ଅଗ୍ରଗତି କରିଛନ୍ତି । ଗ୍ରାମାଞ୍ଚଳରେ ମହିଳା ସଂୟ ସହାୟକ ଗ୍ରୁପ ନିଜକୁ ସଶକ୍ତ କରିଥିବା ବେଳେ ସହରରେ ମଧ୍ୟ ମିଶନ ଶକ୍ତି ସଂୟ ସହାୟକ ଗୋଷ୍ଟି ସଶକ୍ତ ହେବାରେ ଏକ ବଡ ଉଦାହରଣ ସାଜିଛି । ସହର ବିକାଶରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଯଥା ଜଳ ଯୋଗାଣ, ସବସିଡି ଯୁକ୍ତ ଭୋଜନ , ଲିକୁଇଡି ଓ୍ବେଷ୍ଟ ମେନେଜମେଣ୍ଟ, ପାନୀୟ ଜଳ ପରିଚାଳନା ଆଦି କ୍ଷେତ୍ରରେ ସହାୟକ ଗୋଷ୍ଠି ସମୁହ ମାନେ କୃତିତ୍ୱ ଅର୍ଜନ କରିଛନ୍ତି ।
ଏହାକୁ ନେଇ ପ୍ରାତାପ ଜେନା କହିଛନ୍ତି, ‘‘ ସହରୀ ବିକାଶ କ୍ଷେତ୍ରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଦ୍ୱାରା ମହିଳା ମିଶନ ଶକ୍ତିରେ ଅର୍ନ୍ତଭୁକ୍ତ ମହିଳା ସଂଗଠନ ମାନେ ନିଜର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତିକରଣ ହୋଇ ପାରିଛନ୍ତି ।’’
୧୩,୫୦୦ରୁ ଅଧିକ ମିଶନ ଶକ୍ତି ଯୋଜନା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ମାଧ୍ୟମରେ ରୋଜଗାର ପାଇପାରିଛନ୍ତି । ଏହା ସ୍ୱତ୍ତେ ୧୦୦୦୦ ବର୍ଷା ଜଳକୁ ସଂରକ୍ଷିତ କରିବାର ସଂରଚନା ସୃଷ୍ଟି କରିବା, ବର୍ଜ୍ୟବସ୍ତୁ ପୃଥକକରଣ ମାଧ୍ୟମରେ ୨୩୭୮ ଏସଏଚଜି ର ସଦସ୍ୟ ସାମିଲ ହେବା ଆଦି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ଏସଏଚଜି ସଦସ୍ୟ ମାସକୁ ୪୦୦୦ ରୁ ୧୦୦୦୦ ହଜାର ଆୟ କରିପାରିଛନ୍ତି ।

Related posts

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ମହା ଆଡମ୍ବରରେ ପାଳନ ହେଲା ପର୍ତ୍ତମାହା ମା ମେରୀଙ୍କ ପର୍ବ

mahabharatanews

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇଜଣ ମୃତ

mahabharatanews

Leave a Comment