ଓଡିଶା

ବିଧାୟକଙ୍କୁ ତାଲା ପକାଇ ଜାଳି ଦେଲେ ଗାଡି

(ମହାଭାରତ, ଅନୁଗୁଳ): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ ଅଫିସରେ କିଛି ଦୁର୍ବୃତ୍ତ ଗାଡି ଜାଳି ଦେଇଛନ୍ତି । ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ପହଞ୍ଚି ଗାଡି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ବିଧାୟକଙ୍କର ଗୋଟିଏ ଫର୍ଚ୍ୟୁୂନର ଗାଡି ମଧ୍ୟ ପୋଡି ହୋଇ ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ବିଧାୟକ ବ୍ରଜକିଶୋର ପ୍ରଧାନ ନିଜ ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା କ୍ୟାମ୍ପ ଘରେ ଶୋଇଥିଲେ । ପ୍ରାୟ ୨ଟା ବେଳେ କିଛି ଦୁର୍ବୃତ୍ତ ବିଧାୟକଙ୍କ ଘର ବାହାରେ ତାଲା ପକାଇ ଦେଇଥିଲେ । ସେହି ସମୟରେ ହିଁ କିଛି ଦୁର୍ବୃତ୍ତ ତାଙ୍କ ଗ୍ୟାରେଜରେ ରଖାଯାଇଥିବା ଫର୍ଚ୍ୟୁନର ଗାଡିରେ ନିଆଁ ଲଗାଇ ଦେଇଥିଲେ । ବିଧାୟକଙ୍କ କର୍ମୀ ଏହି ଖବର ପାଇବା ପରେ ଘର ତାଲା ଖୋଲି ବିଧାୟକଙ୍କୁ ବାହାର କରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ନଭେମ୍ବର ମାସରେ ବିଧାୟକଙ୍କ ପୈ÷ତୃକ ବାସଭବନରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ।

Related posts

ଯୁଗ ଯୁଗ ପାଇଁ ଅଦମ୍ୟ ସାହସ, ଓ ଅନନ୍ୟ ପରାକାଷ୍ଠାର ବାର୍ତ୍ତା ଦେଇ ଚାଲିବ ବିଜୁ ବାବୁଙ୍କ ଡାକୋଟା

mahabharatanews

ସୁଧୁରିନି ସ୍ଥିତି : ଆଜି ୯ଟି ଟ୍ରେନ୍‌ ବାତିଲ୍‌

mahabharatanews

ମୋଟେର ଧାନମଣ୍ଡିରେ ଚାଷୀ ସମାବେଶ

mahabharatanews

Leave a Comment