ରାଜନୀତି

 ପିପିଇ କିଟରେ ବିଧାନସଭା ଭବନରେ  ବିଧାୟକ

ଭୋପାଳ: ଆଜି ୮ଟି ରାଜ୍ୟର ୧୯ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହୋଇଛି । ମଧ୍ୟପ୍ରଦେଶରେ ୩ଟି ଆସନ ପାଇଁ ଭୋଟଦାନ ଚାଲିଛି। ଏହି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ କରୋନା ସଂକ୍ରମିତ ଥିବା କଂଗ୍ରେସର ଜଣେ ବିଧାୟକ ବିଧାନସଭାରେ ଉପସ୍ଥିତ ଥିଲେ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂରା ଶରୀରକୁ ପିପିଇ କିଟ୍‌ରେ ଢାଙ୍କି ମତଦାନ ପାଇଁ ପହଞ୍ଚିଥିଲେ ।
ଶୁକ୍ରବାର ସକାଳୁ ହିଁ କଂଗ୍ରେସ ଓ ବିଜେପିର ବିଧାୟକମାନେ ନିର୍ବାଚନ ପାୁଇଁ ମତଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି। ଅପରାହ୍ନ ପାଖାପାଖି ୧ଟା ସମୟରେ କଂଗ୍ରେସ ବିଧାୟକ କୃଣାଲ ଚୌଧୁରୀ ପିପିଇ କିଟ୍‌ ପିନ୍ଧି ମତଦାନ କରିବାକୁ ବିଧାନସଭା ଭବନରେ ପହଞ୍ଚିଥିଲେ। କିଛି ଦିନ ତଳେ ଏହି ବିଧାୟକ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବିଧାୟକ ନିଜ ମତ ଦେଇ ସେଠାରୁ ଫେରିବା ପରେ ସଂପୃକ୍ତ ସ୍ଥାନକୁ ସାନିଟାଇଜର୍‌ ପକାଯାଇ ବିଶୁଦ୍ଧିକରଣ କରାଯାଇଛି।

Related posts

ବିଜେଡି ପକ୍ଷରୁ ମୂୟରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ

mahabharatanews

ଟିକସ ଫାଙ୍କିବା ଘଟଣାରେ ତିନୋଟି ଚାଇନାର ମୋବାଇଲ୍ କମ୍ପାନୀକୁ ନୋଟିସ : ସୀତାରମଣ

mahabharatanews

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ଇସ୍ତଫା

mahabharatanews