ଓଡିଶା

ନାଳକୁ ଖସିଲା ‘ମୋ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ 

(ଭୁବନେଶ୍ୱର) : ନାଳକୁ ଖସିଲା ‘ମୋ ବସ୍ । ତେବେ ଉକ୍ତ ବସରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ତୁରନ୍ତ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି । ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବା ସମୟରେ ପିତାପଲ୍ଲୀ ନିକଟରେ ଭାରସାମ୍ୟ ହରାଇ ‘ମୋ ବସ’ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନାନୁଯାୟୀ, ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ସମୟରେ ହଠାଟ୍ ଭାରସ୍ୟାମ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡିଥିଲା । ଡ୍ରାଇଭର ବେପୁରୁଆ ଗାଡ଼ି ଚଳାଉଥିବାରୁ ବସଟି ଭାରସ୍ୟାମ ହରାଇ ଦୁର୍ଘଟଣା ଘଟିଛି । ମୋ ବସ୍’ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସାମ୍ନାରୁ ଏକ ଅଟୋ ଚାଲିଆସିଥିଲା ଏବଂ ଭାରସ୍ୟାମ ହରାଇ ବସଟି ରାସ୍ତା କଡ଼ରେ ଥିବା ଏକ ନାଳ ଭିତରେ ଖସି ପଡିଥିଲା । ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ନେଇ ସୂଚନା ରହିଛି ।

Related posts

ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ

mahabharatanews

ଆଜି ଆଉ ୯୦ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫

mahabharatanews

ଜନ୍ମମାଟିରେ ଶହିଦ ଯବାନ ସୁଧୀର ଟୁଡୁଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews