ଭାରତ

୧୪ରେ  ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ ମୋଦି 

(ଦିଲ୍ଲୀ) : ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୧୩ ରେ ସେ ବାରଣାସୀରେ ଏକ ବିଶାଳ ରୋଡ୍ ସୋ କରିବେ।

ସୂଚନାନୁଯାୟୀ , ଏହି ରୋଡସୋରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାର ସମ୍ଭାବନା ରହିଛି । ୨୦୨୪ ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟରେ ବାରଣାସୀ ଲୋକସଭା ଆସନ ପାଇଁ ମତଦାନ ହେବ। ସେପଟେ ଦଳ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାର୍ଥିପତ୍ର ଦାଖଲ ଓ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ।

Related posts

ଧର୍ମଘଟରେ ବସିଲେ ମମତା ବାନାର୍ଜୀ 

mahabharatanews

କୃଷକ ନେତା ରାକେଶ ଟିକାୟତଙ୍କ ମୁହଁରେ କାଳି ମାଡ଼

mahabharatanews

ମୋଦିଙ୍କ ପାଇଁ ଗୀତ ଗାଇଲେ କାଶ୍ମୀର ଯୁବକ 

mahabharatanews