ଓଡିଶା

୪ ଦିନ ବିଳମ୍ବରେ ଆସିବ ମୌସୁମୀ

(ଭୁବନେଶ୍ୱର) : ଧୀରେ ଧୀରେ ଭାରତ ଆଡ଼କୁ ଆସୁଛି  ଦକ୍ଷିଣ-ପଶ୍ଚିମ ମୌସୁମୀ ।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଆହୁରି କେତେକ ଭାଗକୁ ଅଗ୍ରସର ହେବା ପାଇଁ ଏବେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ  ସୂଚନା ଦେଇଛି ।

ସୂଚନାନୁଯାୟୀ , ଏଥର ମୌସୁମୀ କେରଳ ଆସିବାକୁ ୪ ଦିନ ବିଳମ୍ବ କରିବ ଓ ପାଖାପାଖି ଜୁନ୍‌ ୪ ଆଡ଼କୁ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି। ରଜ ପରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ ଓ ପ୍ରାଥମିକ ପର୍ଯ୍ୟାୟରେ ମୌସୁମୀ ଦୁର୍ବଳ ରହିବ ଓ ବର୍ଷା କମ୍‌ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି।

Related posts

ଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

mahabharatanews

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews

ବିଜେଡିର ୨ ବିଧାୟକଙ୍କୁ କରୋନା

mahabharatanews