ଓଡିଶାଖେଳ

ଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ: ଆସନ୍ତା ୨୬ରୁ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍। ଏଥି ପାଇଁ ଆଜି ସକାଳ ୧୦ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଅଫଲାଇନ କାଉଣ୍ଟରରେ ୮ହଜାର ୪୨୧ ଟି ଟିକେଟ ବିକ୍ରି ହେବ । ୨ ନମ୍ବର ଗ୍ୟାଲେରୀର ୩ହଜାର ୭୩୯ ଟିକେଟ ୪ ନମ୍ବର ଗ୍ୟାଲେରୀର ୪୨୩୨, କ୍ଲବ ହାଉସର ୩୫୦ ଓ କର୍ପୋରେଟ ବକ୍ସର ୬୦ ଟି ଟିକେଟ୍ ବିକ୍ରି ହେବ । ଗ୍ୟାଲେରୀ ଟିକେଟ ଦାମ ୩୫୦ ଟଙ୍କା ଥିବା ବେଳେ କ୍ଲବ ହାଉସ ଟିକେଟ ୧୨୦୦ ଓ କର୍ପୋରେଟ ବକ୍ସ ଟିକେଟ ଦାମ ୪୮୦୦ ରହିଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ଲିଜେଣ୍ଡସ କ୍ରିକେଟ T-20 ମ୍ୟାଚ୍ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ୍‌ ସଂଘ ସଂପାଦକ ସଂଜୟ ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଥିଲେ।

Related posts

ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ କଣ୍ଡକ୍ଟର

mahabharatanews

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଉତ୍ସବ

mahabharatanews

ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ସରକାର

mahabharatanews