ଓଡିଶା

ବିଜେଡିର ୨ ବିଧାୟକଙ୍କୁ କରୋନା

(ଆଦର୍ଶ ରାଉତ/ଭୁବନେଶ୍ୱର): ବିଜେଡିର ୨ ନେତା ଆଜି କରୋନା ସଂକ୍ରମିତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ବିଧାୟିକା ସୁନନ୍ଦା ଦାସ କରୋନା ପଜିଟିଭ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । କିନ୍ତୁ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର କରୋନା ଟେଷ୍ଟ କରିବା ସହ ସଂଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ଉତ୍ତର ବିଧାନସଭା ଆସନର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଅବସ୍ଥା ଏବେ ସ୍ଥିର ରହିଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ନିଜ ନିଜର କରୋନା ପରୀକ୍ଷା କରାଇନେବାକୁ ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

Related posts

ପୁରୀରେ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ, କେମିତି ହେବ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା?

mahabharatanews

ଟ୍ରକ୍କୁ ଧକ୍କା ଦେଲା ବସ୍, ୭ ଗୁରୁତର ଆହତ

mahabharatanews

ଚିଲିକା: ତଟରକ୍ଷା ବାହିନୀର ପାସିଙ୍ଗ ଆଉଟ ପରେଡ

mahabharatanews