ଓଡିଶା

ଆଜି ବି ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି 

(ଭୁବନେଶ୍ୱର) :  ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ହଙ୍ଗାମା ଥମିବାର ନା ନେଉନି । ମାତ୍ର ଦିନେ ଦୁଇ ଦିନ ଛାଡ଼ି ଦେଲେ ଅନ୍ୟ କୌଣସ ଦିନ ଗୃହ ସ୍ୱାଭାବିକ ଭାବେ ଚାଲି ପାରୁନି । ଆଜି ବି ଦେଖିବାକୁ ମିଲିଛି ସମାନ ଅବସ୍ଥା । ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି ।

ସୂଚନାନୁଯାୟୀ , ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ ଓ ପୋଡିୟମ ନିକଟକୁ ଯାଇ ନାରାବାଜୀ କାରଣରୁ ବିଧାନସଭାକୁ ମୁଲତିବି ରଖାଯାଇଛି ।  ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର ୨ ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହା ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

Related posts

ବଣଭୋଜି ପାଇଁ ଆସି ଯୁବକ ନିଖୋଜ

mahabharatanews

କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ: ପୁରୀ ଜିଲ୍ଲାପାଳ

mahabharatanews

ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା, ଆସନ୍ତାକାଲି ହେବ ଆଲୋଚନା 

mahabharatanews