ଓଡିଶା

ଡିଜିପି ଦାୟିତ୍ୱ ନେଲେ ଅଭୟ

(ମହାଭାରତ/କଟକ): କଟକ ପୁଲିସ ମୁଖ୍ୟାଳୟରେ ନୂଆ ପୋଲିସ ଡିଜି ଭାବେ ଅଭୟ ଆଜି ବିଧିବଦ୍ଧଭାବେ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି କଟକ ମୁଖ୍ୟାଳୟରେ ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ କାର୍ଯ୍ୟ କରୁଥିବା ସତ୍ୟଜିତ ମହାନ୍ତିଙ୍କ ଠାରୁ ଅଭୟ ଦାୟିତ୍ୱ ଭାର ନେଇଛନ୍ତି । ୧୯୮୬ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଅଭୟ ।
ନିକଟରେ ବି.କେ ଶର୍ମାଙ୍କ ବଦଳରେ ଅଭୟଙ୍କୁ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଅଭୟ ନ୍ୟାସନାଲ ପୁଲିସ ଏକାଡେମୀର ନିର୍ଦ୍ଦେଶକ କାର୍ଯ୍ୟ ତୁଲାଉଥିଲେ । ତେଣୁ ଅଭୟଙ୍କ ଅନୁପସ୍ଥିତିରେ ଡିଜିପି ଦାୟିତ୍ୱରେ ସ୍ୱଳ୍ପକାଳ ପାଇଁ ସତ୍ୟଜିତ ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଥିଲା । ଆଜି ଅଭୟ ଆସି ସତ୍ୟଜିତଙ୍କଠାରୁ ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଅଭୟଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ଦାୟିତ୍ୱ ନେବା ପରେ ଅଭୟ କହିଥିଲେ, ରାଜ୍ୟର ଆଇନ ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ଦେବେ । ଏଥିସହ ମହିଳାଙ୍କ ପ୍ରତି ବଢିଚାଲିଥିବା ନିର୍ଯାତନା ଓ ଦୁଷ୍କର୍ମ ଉପରେ ଅଙ୍କୁଶ ଲଗାଇବା ଦିଗରେ କାମ କରିବେ । ଏହା ବ୍ୟତୀତ ସେ ତାଙ୍କ କାର୍ଯ୍ୟରେ ୫ଟିକୁ ପ୍ରାଧାନ୍ୟ ଦେବେ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଅଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ସେ ମଧ୍ୟାହ୍ନ ୨.୪୫ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ôଚଥିଲେ । ସେଠାରୁ ସେ କଟକ ସ୍ଥିତ ପୁଲିସ ମୁଖ୍ୟାଳୟକୁ ଯାତ୍ରା କରିଥିଲେ ଓ ଅପରାହ୍ନ ୪.୩୦ରେ ବିଧିବଦ୍ଧଭାବେ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି ।

Related posts

ଆଜି ମହାଶିବରାତ୍ରୀ

mahabharatanews

କାଲିଠୁ ମାଟ୍ରିକ ପରୀକ୍ଷା

mahabharatanews

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ ଓ ଶାଶୁ ଗିରଫ

mahabharatanews

Leave a Comment