ଓଡିଶା

ଅସମ୍ଭାଳ ଗୁଳୁଗୁଳି ; ରାଜଧାନୀରେ ତାପମାତ୍ରା ୪୩.୮ ଡିଗ୍ରି 

(ଭୁବନେଶ୍ୱର) : ଅସହ୍ୟ ତାତି ରାଜଧାନୀବାସୀଙ୍କ ଜନଜୀବନକୁ ହନ୍ତସନ୍ତ କରିସାରିଲେଣି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେତୁ ଅଂଶୁଘାତ ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି  । ତେବେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୮ ଡିଗ୍ରି ଏବଂ ଆର୍ଦ୍ରତା ୪୦% ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରି  ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦେଇଛି ।

Background for a hot summer or heat wave, orange sky with with bright sun and thermometer

ସୂଚନାନୁଯାୟୀ , ଏଣେ ଆହୁରି ୫ ଦିନ ପ୍ରଚଣ୍ଡ ତାତି। ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି। ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ। ଆଜି ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

Related posts

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

mahabharatanews

ଫୁଲୁଛି ବୈତରଣୀ, ଚିନ୍ତାରେ ଲୋକେ 

mahabharatanews