ଅପରାଧ

୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର  ହତ୍ୟା ଅଭିଯୁକ୍ତଠାରୁ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜଟଣୀ ବାଇପାସ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଗୁରୁବାର ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଉର୍ଦ୍ଧ୍ବ ହେବ । ଗିରଫ ଅଭିଯୁକ୍ତ ଜଣେ ହତ୍ୟକାରୀ । ସେ ବାଲେଶ୍ବରରୁ ବ୍ରାଉନ ସୁଗାର ଆଣିଥିବା ସ୍ବିକାର କରିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି ।
ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳରେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା । ଗିରଫ ଅଭିଯୁକ୍ତକୁ ଜୁନ ୧୫ ହତ୍ୟାକାଣ୍ଡ ପରଠୁ ସ୍ପେଶାଲ ଟାସ୍କ ଫୋର୍ସ ଖୋଜୁଥିଲା । ଆଜି ଜଟଣୀ ବାଇପାସ ନିକଟରୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି । ଅଭିଯୁକ୍ତ ଠାରୁ ଗୋଟିଏ ମାଉଜର, ଗୁଳି, ବାଇକ ମଧ୍ୟ ଜବତ ହୋଇଛି ।

Related posts

ଘରୋଇ କଳହ ସ୍ୱାମୀକୁ ସଜେଇଲା ପିଶାଚ

mahabharatanews

ଦିବ୍ୟାଙ୍ଗ ପରିବାରକୁ ମାଡ଼ ଘଟଣା: ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କୁ ଲେଖିଲେ ଚିଠି

mahabharatanews

ଟ୍ରେନ ଭିତରେ ମାଡି ବସିଲା ପୋଲିସ

mahabharatanews

Leave a Comment