ଅପରାଧ

ଗୁଣିଆଁ ସନ୍ଦେହରେ ପଥରରେ ଛେଚି ହତ୍ୟା

କୋରାପୁଟ: ଗୁଣିଆ ସନ୍ଦେହରେ ବନ୍ଧୁଗାଁର ଜଣକୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଜଣକୁ ଅଟକ ରଖି ପଚରାଉଚୁରା କରୁଥିବା କିହିଛି ପୋଲିସ ।

ସୂଚନା ଅନୁଯାୟୀ, ବନ୍ଧୁଗାଁ ଥାନା ଅଧୀନ କନାଗାଁରେ ଗୁଣିଆ ସନ୍ଦେହ କରି ଜଣକୁ ଅତି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବନ୍ଧୁଗାଁ ଗାଁର କୁମୁଟି ୱାଟେକା । ଗତ କିଛି ମାସ ପୂର୍ବରୁ ଉକ୍ତ ଗାଁର ଜନେିକ ବ୍ୟକ୍ତି କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ । କୁମୁଟି ୱାଟେକା ହିଁ ଗୁଣି କରି ମାରିଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିବାବେଳେ ସେବେଠାରୁ କୁମୁଟି କୁଆଡେ ·ଲିଯାଇଥିଲା । ତେବେ କିଛି ଦିନ ପରେ କୁମୁଟି ଗାଁକୁ ଫେରିଥିବାବେଳେ କାନାଗାଁ -ମାଥୁର ଘାଟି ଜଙ୍ଗଲରେ ତାଙ୍କୁ ହତ୍ୟା କରି କେହି ଫୋପାଡି ଦେଇଥିଲା । ତାଙ୍କ ମୃତଦେହ ମିଳିବା ପରେ ଥାନାରେ ଏକ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ କିମ୍ବା ଗୁଣି ସନ୍ଦେହରେ କୁମୁଟାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଠ ରହିଛି । ଏନେଇ ଥାନା ଅଧିକାରୀ ତପନ କୁମାର ନାହକ ଏକ ହତ୍ୟା ମାମଲା ରୁଜୁ କରି ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାଇଛନ୍ତି ।

Related posts

ସୈତାନ ପାଲଟିଗଲା ଭାଇ, ଭଉଣୀକୁ ତଣ୍ଟି ଚିପି ହତ୍ୟା କଲା

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews