ଅପରାଧ

ମାଆଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

ଝାରସୁଗୁଡା: ଝାରସୁଗୁଡାରେ ଘଟିଯାଇଛି ଏକ ଅମାନବୀୟ ଘଟଣା । ମଣିଷରୁ ପାଲଟି ଯାଇଛି ରାକ୍ଷାସ । ମାଆଙ୍କ ସହିତ ଦୁଇ ଜଣ ନିରୀହ ଶିଶୁକୁ କରାଯାଇଛି ନିର୍ମମ ଭାବେ ହତ୍ୟା । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ କାରଣ ଅସ୍ପଷ୍ଟ ରହିଛି ।
ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲଜକୁରାପଡା ଗାଁରେ ଏକ ଟ୍ରିପଲ ମର୍ଡର ଘଟଣା ସାମନାକୁ ଆସିଛି । ମାଆ ଏବଂ ଦୁଇ ଶିଶୁଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । କ୍ଷୀର ଦେବା ପାଇଁ ଆସି ଜଣେ ବ୍ୟକ୍ତି ବେଶ କିଛି ସମୟ କବାଟ ବାଡେଇଥିଲେ ମଧ୍ୟ କେହି ଶୁଣି ନଥିଲେ । ଶେଷରେ କବାଟ ଖୋଲିବାରୁ ତିନି ଜଣଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଘରେ ମାଆ ସୋନି ପ୍ରଧାନଙ୍କ ସମେତ ୫ ବର୍ଷର ଶିଶୁ କନ୍ୟା ଏବଂ ୩ ବର୍ଷର ଶିଶୁ ପୁତ୍ରଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ଜଣା ପଡିନଥିବା ବେଳେ ମହିଳାଙ୍କ ସ୍ୱାମୀ ଫେରାର ରହିଛନ୍ତି । ଘଟଣା ନେଇ ବ୍ରଜରାଜନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related posts

ଜୁଆ ଆଡ୍ଡା ଉପରେ ଚଢାଉ, ୧ଲକ୍ଷ ୫୩ ହଜାର ଟଙ୍କା ଜବତ

mahabharatanews

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର

mahabharatanews

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ ଅଭିଯୋଗରେ ୩ ଗିରଫ

mahabharatanews