ଓଡିଶା

ସ୍ବର୍ଗତ ସାମ୍ୱାଦିକ ଖଗେଶ୍ବର ତରାଇଙ୍କ ଉଦ୍ଦେଶ୍ୟରେ ଶୋକ ସଭା

କୋଇଡା : ଖବରକାଗଜ ପ୍ରତିନିଧି ସ୍ବର୍ଗତ ଖଗେଶ୍ବର ତରାଇଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି କୋଇଡା ସାମ୍ବାଦିକ ପରିବାର ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ବଣାଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ କୋଇଡା ବ୍ଲକର ତହସିଲଦାର ଡିଏସ ଶୁଭଦର୍ଶୀ ଯୋଶୀ ଓ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ରାଣୀ ରାଜ ଏବଂ କୋଇଡା ସାମ୍ବାଦିକ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପାନ କରିଥିଲେ । ସେ ଗତ ୧୩ ତାରିଖ ଦିନ ନିଜ ବାଇକରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଯାଜପୁର ଅଭିମୁଖେ ଯାଉଥିବା ସମୟରେ କେନ୍ଦୁଝର ଠାରେ ଏକ ହାଇୱା ଗାଡ଼ି ସହ ମୁହାଁ ମୁହିଁ ଧକ୍କା ହେଇଥିଲା । ପରେ ତାଙ୍କୁ ସ୍ଥାନୀୟ ଲୋକେ କ୍ଷତ ବିକ୍ଷତ ଅବସ୍ଥା ରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇଲା ପରେ କୋଇଡାର ସମସ୍ତ ସାମ୍ବାଦିକ ମହଲରେ ଏକ ଗଭୀର ସୋକର ଛାୟା ଖେଳିଯାଇଥିଲା । ଏହି ଶୋକ ସଭାର ସମସ୍ତ ଜନସାଧାରଣ ଓ ବୁଦ୍ଧିଜୀବିମାନେ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ସ୍ବର୍ଗତ ସାମ୍ୱାଦିକ ଖଗେଶ୍ବର ତରାଇ ଙ୍କ ଉଦ୍ଦେଶ୍ୟ ରେ ଶୋକ ସଭା ।

Related posts

ପୁଣି ଜଣେ ଟପ୍ କ୍ୟାଡର ମାଓବାଦୀଙ୍କ ଆତ୍ମସର୍ମପଣ

mahabharatanews

ଆଜି ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ

mahabharatanews

ଆଖି ବୁଜିଲା ବାଘ ‘ନନ୍ଦନ’

mahabharatanews