ରାଜନୀତି

ଅଳିଆ ଗଦା ଉପାଖ୍ୟାନ : ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ

ଅଳିଆ ଉପାଖ୍ୟାନ ପାଇଁ ସରଗରମ ରାଜ୍ୟ ରାଜନୀତି । ମଞ୍ଚ ଉପରେ ଅଳିଆ ଗଦା ଉପାଖ୍ୟାନ । ଅଳିଆକୁ ନେଇ ତେରଛା ବାଣ ମାରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ ସେ ପୂର୍ବତନ ସରକାରକୁ ଏପରି ନିଶାନା ସାଧିଛନ୍ତି । କହିଛନ୍ତି, ରାଜ୍ୟବ୍ୟାପି ଅଳିଆ କରିଥିବା ଲୋକଙ୍କୁ ଜେଲରେ ପୁରାଇଲେ କୋଠରୀ ଅଭାବ ପଡ଼ିଯିବ । ଏଥିପାଇଁ ଜଲେରେ କୋଠରୀ ସଂଖ୍ୟା ବଢ଼ାଇବା ସହ ବଜେଟ୍‌୍‌ରେ ବ୍ୟୟବରାଦ ହେଉ । ଅନ୍ୟପଟେ ତାଙ୍କ ବୟାନକୁ କାଉଣ୍ଟର୍‌ କରିଛି ବିଜେଡି । ଅଳିଆ କିଏ ପ୍ରଥମେ ସେ ସ୍ପଷ୍ଟ କରାଯାଉ ବୋଲି କୁହାଯାଇଛି ।

କଟକ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହର ଉଦଯାପନୀ ଅବସରରେ ପୂର୍ବତନ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭର୍ତ୍ତୃହରି । ସେ କହିଛନ୍ତି, ସାରା ରାଜ୍ୟରେ ଥିବା ଅଳିଆ ଶୀଘ୍ର ସଫା କରିବା ଜରୁରୀ । ରାଜ୍ୟବ୍ୟାପି ଅଳିଆରେ ଭର୍ତ୍ତି, ଯୁଆଡ଼େ ଚାହିଁବେ ଚାରିଆଡ଼େ ଅଳିଆ । ଡ୍ରେନେଜ୍‌୍ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏଥିପାଇଁ ଆସୁଥିବା ଟଙ୍କାରେ ଲୋକେ ଅୟସ୍‌୍ କରୁଛନ୍ତି । ତେଣୁ ଅଳିଆ କରୁଥିବା ଲୋକଙ୍କୁ ଜେଲରେ ପୂରାଇବା କଥା । ଅଳିଆ କରୁଥିବା ଲୋକଙ୍କୁ ଜେଲରେ ପୂରେଇଲେ କୋଠରୀର ମଧ୍ୟ ଅଭାବ ପଡ଼ିଯବ । ତେଣୁ ବଜେଟରେ ଅଧିକ ଅନୁଦାନର ବ୍ୟବସ୍ଥା ହେବା ଦରକାର ବୋଲି ଭର୍ତ୍ତୃହରି କହିଥିଲେ । କେବଳ ଏତିକି ନୁହେଁ ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଭର୍ତ୍ତୃହରି ।

ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ‘ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। ସେ ଏତେ ବର୍ଷ ବିଜେଡିରେ ଥିଲେ, ସେତେବେଳେ କହିଥିଲେ ଭଲ ହୋଇଥାଆନ୍ତା । ଏବେ ଏକଥା ଉଠାଇଛନ୍ତି, କାହାକୁ ସେ ଇଙ୍ଗିତ କରୁଛନ୍ତି, ସେକଥା ସେ ଭଲଭାବରେ ଜାଣିଥିବେ ବୋଲି ଦେବାଶିଷ କହିଛନ୍ତି ।

Related posts

ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ

mahabharatanews

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ରେଡ

mahabharatanews

ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

mahabharatanews