ମନୋରଞ୍ଜନ

ଆସିଲା ଟିଜର ,ଖୁବଶୀଘ୍ର ଆସିବ ଶକ୍ତିମାନ 

(ମୁମ୍ବାଇ) :   ଖୁବ୍‌ଶୀଘ୍ର ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ବୋଲି କିଛିଦିନ ତଳେ ଖବର ଆସିଥିଲା।ଏହି ଖବର ପରେ ଲୋକେ ବଡ଼ପରଦାରେ ‘ଶକ୍ତିମାନ’କୁ ପୁଣିଥରେ ଦେଖିବାକୁ ପାଇବେ ବୋଲି ଉତ୍ସାହିତ ରହିଛନ୍ତି।ଏହାରି ମଧ୍ୟରେ ସୋନି ପିକଚର୍ସ ଏକ ଟିଜର ଭିଡିଓ ସେୟାର କରି ଏହାର ଘୋଷଣା କରିଥିଲା। ଏହି ୫୯ ସେକେଣ୍ଡର ଟିଜର୍‌ରେ ଶକ୍ତିମାନ ଗେଟ୍ଅପ୍‌ର କିଛି ଝଲକ ସହ ଗଙ୍ଗାଧରଙ୍କ ଚଷମା ଓ କ୍ୟାମେରା ଆଦି ଦେଖିବାକୁ ମିଳିଥିଲା। ଫିଲ୍ମଟି ୩ଟି ପାର୍ଟରେ ରିଲିଜ୍ ହେବ ବୋଲି କୁହାଯାଉଛି।

 

ସୂଚନାନୁଯାୟୀ,  ମୁକେଶ ଖାନ୍ନା ନିଜର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଭୀଷ୍ମ ଇଣ୍ଟରନାସନାଲରେ ଅଟକି ରହିଥିବା ପ୍ରୋଜେକ୍ଟ ‘ଶକ୍ତିମାନ’କୁ ‌ନେଇ ବିସ୍ତୃତ ଆଲୋଚନା କରି କହିଛନ୍ତି,‘ଶକ୍ତିମାନ’ ସିନେମା ନିଶ୍ଚିତ ଭାବେ ତିଆରି ହେଉଛି। ଏହାକୁ ଅନ୍ତର୍ଜାତୀୟସ୍ତରକୁ ନେବା ପାଇଁ ଯୋଜନା ବି କରାଯାଉଛି। ସିନେମାକୁ ନେଇ ଚୁକ୍ତି ହୋଇସାରିଛି। ଏହି ସିନେମା ବିଗ ବଜେଟରେ ନିର୍ମାଣ ହେବ।

 

Related posts

ସାମ୍ନାକୁ ଆସିଲା  ଧୋନିଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଏଲ୍‌‌ଜିଏମ୍‌’

mahabharatanews

ପରଲୋକରେ କନ୍ନଡ଼ ଅଭିନେତା କେ.ଶିବରାମ

mahabharatanews

୭୧ବର୍ଷରେ ଆଖି ବୁଜିଲେ ଅଭିନେତା ଶରତ ବାବୁ

mahabharatanews