ଓଡିଶା

ବିଳମ୍ବରେ କେରଳ ଛୁଇଁବ ମୌସୁମୀ ,୧୯ରେ ଓଡିଶା 

 (ଭୁବନେଶ୍ୱର) :  ଜୁନ୍‌ ୯ ପୂର୍ବରୁ କେରଳକୁ ମୌସୁମୀ ଛୁଇଁବାର ସମ୍ଭାବନା ପ୍ରାୟ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୌସୁମୀ କେରଳ ଆସିବାକୁ ଆହୁରି ୩ ଦିନ ବିଳମ୍ବ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି।

ଅନ୍ୟପଟେ ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍‌। ଏଣୁ ଏଥର ରଜ ପ୍ରବଳ ଗରମ ଓ ଗୁଳୁଗୁଳିର କଟିବ ବୋଲି ପ୍ରାୟତଃ ସ୍ପଷ୍ଟ। ଏଣୁ ଏଥରର ବିଳମ୍ବିତ ମୌସୁମୀ ଓ ନିଅଣ୍ଟିଆ ବର୍ଷା ଚାଷୀକୂଳର ଚିନ୍ତା ବଢ଼ାଇବ ବୋଲି ଅନୁମାନ କରାଯାଉଛି।

ସୂଚନାନୁଯାୟୀ , ଭାରତୀୟ ପାଣିପା‌ଗ ବିଭାଗ କହିଛି, ଗତକାଲି ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗରେ କରି ଆଜି ସକାଳେ ଏକ ଅବପାତ ଓ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ଅଧିକ ଘନୀଭୂତ ହୋଇଛି ଓ ଏହା ରାତି ୮ଟା ସୁଦ୍ଧା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ରେ ପରିଣତ ହୋଇଛି। ବାତ୍ୟାଟି ମୌସୁମୀର ଗତିପଥରେ ବାଧକ ସାଜିବ।

Related posts

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ କମିଟି ବୈଠକ

mahabharatanews

ପ୍ରସିଦ୍ଧ ଭୋଗ ରସାବଳିକୁ ଜିଆଇ ଟ୍ୟାଗ୍‌

mahabharatanews

ଆଜି ବୈଶାଖ ପୂର୍ଣ୍ଣିମା 

mahabharatanews