ଓଡିଶା

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

(କଣ୍ଟାବାଞ୍ଜି) : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ।  ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହାନ ବନ୍ଦ ରହିବ । ବନ୍ଦ ପାଳନରେ ବୁଦ୍ଧିଜୀବୀ ଓ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟ, ରାଜନୈତିକ ଦଳର କର୍ଯ୍ୟକର୍ତ୍ତା, ବିଭିନ୍ନ ସଂଗଠନର ନେତୃବୃନ୍ଦମାନେ ସାମିଲ ହୋଇ ସମର୍ଥନ କରୁଛନ୍ତି ।

ସୂଚନାନୁଯାୟୀ , କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିବା ଫଳରେ ଶହ ଶହ ଗାଡି ଅଟକି ରହିଛି ।ପୂର୍ବରୁ ମଧ୍ୟ ଜିଲ୍ଲା ଦାବି ପ୍ରସଙ୍ଗକୁ ଜୋରଦାର ଆନ୍ଦୋଳନ କରାଯାଇଛି । ଦୋକାନ ବଜାର, ବସ୍ ଚଳାଚଳ, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସକାଳୁ ଆନ୍ଦୋଳନକାରୀମାନେ ପିକେର୍ଟି କରି ବିଭିନ୍ନ ସ୍ଥାନରେ ଗାଡମଟର ବନ୍ଦ କରିବା ପାଇଁ ଏବଂ ସମର୍ଥ କରିବା ପାଇଁ ଅନୁରୋଧ କରିଥିଲେ । ଯାହା ଫଳରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା।

Related posts

ଏଣିକି ବିନା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ଫ୍ଲେଟରେ ରାସ୍ତାରେ ଗଡ଼ିନି ଗାଡି

mahabharatanews

ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ

mahabharatanews

 ବିଜୟ ମହାପାତ୍ରଙ୍କୁ ବହିଷ୍କାର କଲା ବିଜେପି

mahabharatanews