ଓଡିଶା

ପୌର ନିର୍ବାଚନ: ୨ରୁ ନାମାଙ୍କନ, ୨୪ରେ ଭୋଟ

ଭୁବନେଶ୍ୱର : ସରିଲା ପଞ୍ଚାୟତ ନିର୍ବାଚନ , ଏବେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଆଗାମୀ ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିଶନର । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ କମିଶନ ଗୁରୁତ୍ୱ ଦେଇଛନ୍ତି । ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗରରେ ହେବ ନିର୍ବାଚନ । ତେବେ ଆଗୁଆ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କୁ ଇଭିଏମ୍ ପଠାସାରିଥିଲା । ଏପରିକି ନିର୍ବାଚନ କାର୍ଯ୍ୟରେ ଯୋଗଦେବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଇଭିଏମ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା । ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୨ ତାରିଖରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା । ଏହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ ୯ରେ ହେବ ସମସ୍ତ ନାମାଙ୍କନ ପତ୍ରର ଯାଞ୍ଚ ହେବ । ପରେ ଆଗାମୀ ୨୪ରେ ପଡିବ ପୌର ଭୋଟ । ଏହାପରେ ୨୬ ତାରିଖ ଦିନ ଭୋଟ ଗଣତି ହେବା ନେଇ ସୂଚନା ରହିଛି ।

Related posts

ସଂଶୋଧିତ ଦରମା: କେନ୍ଦ୍ରକୁ ଅଫିସର୍ସ ସଂଘର ଧନ୍ୟବାଦ

mahabharatanews

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ରସିକିଆ ନକଲି ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ

mahabharatanews