ଖେଳ

ଋଷରେ ଖେଳାଯିବ ନାହିଁ କୌଣସି ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ପଞ୍ଚମ ଦିନ । ଏହି ଦିନ ଗୁଡିକ ଭିତରେ କାହିଁ କେତେ ସାଧାରଣ ଲୋକ ମୁସକିଲର ସମ୍ମୁଖିନ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କ ଜୀବନରେ ଏହାର ପ୍ରଭାବ ସଙ୍କଟାପର୍ଣ୍ଣ ହୋଇଯାଇଛି । ଏହାରିଭିତରେ କେବଳ ଯେ ଲୋକ ମାନଙ୍କୁ ଏହାର ପ୍ରଭାବ ରହିଛି ତାହା ନୁହେଁ ଆର୍ଥିକ କ୍ଷେତ୍ର ହେଉ ବା ରାଜନୈତୀକ କ୍ଷେତ୍ର ସବୁ ସ୍ଥରେ ଏହାର ପ୍ରଭାବ ଭୟଙ୍କର ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ବିଶାଳ ଯୁଦ୍ଧ ଖେଳ ଜଗତ ଉପରେ ମଧ୍ୟ ନିଜର ପ୍ରଭାବ ପକାଇଲାଣି ।

ସୂଚନା ଅନୁସାରେ କିଛି ଦେଶ ନିଜ ଟିମ୍କୁ ରୁଷରେ କିମ୍ବା ତା’ ବିରୋଧରେ ଖେଳିବାକୁ ମନା କରି ଦେଇଛନ୍ତି। ପୂର୍ବରୁ ଫିଫା ପକ୍ଷରୁ ରୁଷ ଉପରେ ଖେଳିବାକୁ ନେଇ ବ୍ୟାନ୍ ଲଗାଯାଇଥିଲା। କିନ୍ତୁ ପରେ ଏଥିରେ କିଛି ପରିବର୍ତ୍ତନ କରାଯାଇ କୋହଳ କରାଯାଇଛି। ତାଙ୍କ ମତରେ ଋଷରେ କୌଣସି ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍ ଖେଳାଯିବ ନାହିଁ । ରୁଷର ଟିମ୍ ଯଦି ବିଶ୍ୱ କପ୍ରେ ଅଂଶଗ୍ରହଣ କରିବାକୁ ଚାହୁଁଛି, ତେବେ ସେମାନେ ରୁଷିଆନ୍ ଫୁଟବଲ୍ ୟୁନିୟନ୍ ନାଁରେ ଭାଗ ନେଇପାରିବେ।

ଅର୍ଥାତ ଋଷର ଖେଳାଳି ଓ୍ଵାର୍ଲ୍ଡ କପ୍ରେ ଅଂଶ ଗ୍ରହଣ କରିପାରିବେ । ହେଲେ ନିଜ ମାଟିର ବା ଦେଶର ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ଗାଇ ପାରିବେ ନାହିଁ। ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇବାକୁ କହିଛି ଫିଫା । ଏହା ସହ ଫିଫା ଆହୁରି ମଧ୍ୟ କହିଛି ଯେ ଯଦି ଆଗକୁ ସ୍ତିତି ପରିପବର୍ତ୍ତନ ନ ହୁଏ ତେବେ ଋଷ୍ କୁ ବିଶ୍ୱ କପ୍ ରୁ ମଧ୍ୟ ଆଉଟ କରାଯାଇ ପାରେ ।

Related posts

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

mahabharatanews

 ଆଫଗାନିସ୍ତାନ କ୍ରିକେଟର ନଜିବୁଲ୍ଲାଙ୍କ ମୃତ୍ୟୁ

mahabharatanews

ସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews