ଓଡିଶାରାଜନୀତି

ଚାଲିଛି ପୌର ନିର୍ବାଚନ: ଦିନ ୩ଟା ସୁଦ୍ଧା ୪୫% ମତଦାନ

ଭୁବନେଶ୍ୱର: ବିଏମସି ମହାନଗର ନିଗମ ନିର୍ବାଚନରେ ମତଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ନମ୍ବର ବୁଥରେ ଭୋଟ ଦେଇଛନ୍ତି। ଏହା ବ୍ୟତୀତ ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।

ତେବେ ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଗଣତନ୍ତ୍ରର ଏହି ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ। ତେବେ ମଧ୍ୟାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇସାରିଛି। ରାଜ୍ୟ ନିର୍ବାଚନ କମିସନ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

 

Related posts

୨୨ରେ ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

mahabharatanews

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

mahabharatanews

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାଶଙ୍କ ସ୍ମୃତିରେ ବୃକ୍ଷ ରୋପଣ

mahabharatanews