ଓଡିଶା

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାଶଙ୍କ ସ୍ମୃତିରେ ବୃକ୍ଷ ରୋପଣ

(ଜୟନ୍ତ କୁମାର ସେଠୀ/କୋଣାର୍କ): ବିଶ୍ୱ ଐତିହ୍ୟ ପର୍ୟ୍ୟଟନ ସ୍ଥଳୀ କୋର୍ଣାକ ଠାରେ ମାରୁତି ସେନା ପକ୍ଷରୁ ସମାଜସେବୀ ଆଦିତ୍ୟ ଦାଶଙ୍କ ସ୍ମୃତି ଉଦେ୍ଧଶ୍ୟରେ ବୃକ୍ଷ ରୋପଣ କରାଯାଇଛି । ଏହା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା, ଜିଲ୍ଲା ସଂଯୋଜକ ଅନିଲ ସ୍ୱାଇଁ, ସଂଯୋଜିକା ଇତିଶ୍ରୀ ମହାନ୍ତିଙ୍କ ସହିତ ଶ୍ରୀକାନ୍ତ ସିଂ, ପ୍ରଦୀପ ଛାଟୋଇ, ଅଭୟ ମାଝୀ, ଗୋପିନାଥ ସ୍ୱାଇଁ, ବବିତା ମହାରଣା, ବିଜୟନୀ ସ୍ୱାଇଁ, ରୀନା ପରିଡା, ବଳଭଦ୍ର ଜେନା, ସରୋଜ ରାଉତ, ଦିଲିପ ରାଉତ, ସତ୍ୟଜିତ ବାରିକ, ରବୀନ୍ଦ୍ର ମଙ୍ଗରାଜ, ସନ୍ତୋଷ ପଣ୍ଡା, ଶ୍ରୀକାନ୍ତ ସାହୁ, ଲିନୁ ନାୟକ, ଦେବକୀ ମା, କାଳିଆ ବେହେରା, ଭାଗରଥି ନାୟକ, ଶିବାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଚମାଖଣ୍ଡି ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣା, ଜଣେ ଆହତ

mahabharatanews

ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

mahabharatanews

ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳି

mahabharatanews