ଓଡିଶା

 ଥମୁନି NAC ଦାବି

(ସୋନପୁର) :  ରାଜ୍ୟରେ ଥମୁନି NAC ଦାବି । ନିଜ ନଜ ଅଞ୍ଚଳକୁ ଏନଏସି ଘୋଷମା ଦାବି କରି ପ୍ରତିବାଦ କରୁଛନ୍ତି ବିଭିନ୍ନ ସଙ୍ଗଠନ । ଏହି କ୍ରମରେ ସୋନପୁରର ଉଲୁଣ୍ଡାରେ ବନ୍ଦ ଡାକରା ଦିଆଯାଇଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ, ଏବଂ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ ୬ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ସୂଚନାନୁଯାୟୀ , ରାଜ୍ୟସରକାର କିଛି ଦିନ ପୂର୍ବରୁ ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି । ଏଥିରୁ ଉଲୁଣ୍ଡାକୁ ବାଦ୍‌ ଦେଇଛନ୍ତି । ସେହିପରି ଉଲୁଣ୍ଡାରେ ଯେଏମଏଫସି କୋର୍ଟ ପାଇଁ ପୂର୍ବରୁ ଘୋଷିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ସୈନିକ ସ୍କୁଲ ପାଇଁ ପ୍ରଶାସନିକ ସ୍ତରରେ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଗ୍ରଗତି ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Related posts

ରୁପାରେ ଛାଉଣୀ ହେଲା ସିଂହଦ୍ବାର

mahabharatanews

ଖଡ଼ିଆ ପରିବାରଙ୍କୁ ଠାକୁରମୁଣ୍ଡା ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ କମଳ ବଣ୍ଟନ

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ:  ଖୋର୍ଦ୍ଧାରୁ ୧୦୫ ରୋଗୀ ଚିହ୍ନଟ

mahabharatanews