ଓଡିଶା

ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦଘାଟିତ

(ଭୁବନେଶ୍ୱର) : ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା।

ସୂଚନାନୁଯାୟୀ , ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍‌ ଟର୍ମିନାଲ ନାମିତ କରାଯାଇଛି। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରି ମଧ୍ୟ କରାଯାଇଛି। ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ସଫଳ ହେବା ସହ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ ବୋଲି ସେ କହିଛନ୍ତି।

Related posts

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ

mahabharatanews

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews

ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews