(ରଜନୀକାନ୍ତ ପାତ୍ର/ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁ ନୁଆଁ ସାହିର ନାଗା ଗୌଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ଆସିକା ପୋଲିସ୍ । ତେବେ ପୋଲିସ ଆଜି ଏହି ମାମଲାରେ ତିନିଜଣ ଅଭିଯୁକ୍ତକୁ ଗିରଫ କରିଛି । ଏଥିସହ ସେମାନେ ନାଗାକୁ ମାରିବାରେ ଯେଉଁ ମାରଣାସ୍ତ୍ରର ବ୍ୟବହାର କରିଥିଲେ ସେସବୁକୁ ମଧ୍ୟ ଆସିକା ପୋଲିସ୍ ଜବତ କରିଛି ।
ସୁଚନା ଥାଉ କି, ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ନାଗା ଗୌଡକୁ କୋଳି ସାହିର କିଛି ଯୁବକ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହା ଫଳରେ ନାଗାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ପୋଲିସ୍ ଏବେ ଏହି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ସବୁ କୁ ଜବତ କରିଛି ।