ମନୋରଞ୍ଜନ

ଚାଷୀ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ନାନା ପାଟେକ 

(ମୁମ୍ବାଇ) : ଆସନ୍ତ‌ା ମାର୍ଚ୍ଚ ୬ ତାରିଖ ଠାରୁ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚାଷୀ ନେତା ସୂଚନା ଦେଇଛନ୍ତି। ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ‌ନେଇ ବଲିଉଡ ଅଭିନେତ‌ା ନାନା ପାଟେକର ସମର୍ଥନ କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନାନା ପାଟେକ କହିଛନ୍ତି ଯେ , ‘ପୂର୍ବରୁ ୮୦ରୁ୯୦ ପ୍ରତିଶତ ଚାଷୀ ଥିଲେ। କିନ୍ତୁ ବର୍ତ୍ତମାନ ସମୟ‌ରେ ଏହା ହ୍ରାସ ପାଇ ୫୦ ପ୍ରତିଶତ ହୋଇଯାଇଛି। ମୋର ଆପଣମାନଙ୍କୁ ଅନୁରୋଧ ସରକାରଙ୍କୁ କିଛି ମାଗନାହିଁ। କାହାର ସରକାର ଆଣିବା ତାହା ସ୍ଥିର କର। ମୁଁ ରାଜନୀତିରେ ଯାଇ ପାରିବି ନାହିଁ, କାରଣ ମୋ ପେଟରେ ଯାହା ତାହା ହିଁ ମୁହଁରେ ଥାଏ। ତେଣୁ ମୁଁ ରାଜନୀତିରେ ତିଷ୍ଠି ପାରିବି ନାହିଁ, ଯେଉଁଠି ବି ସାମିଲ ହେବି ସେ ଦଳ ମୋତେ ବାହାର କରି ଦେବ ବୋଲି ଭଲଭାବେ ଜାଣିଛି। ଦଳ ବଦଳାଇ ବଦଳାଇ ମାସକ ଭିତରେ ମୁଁ ସବୁ ଦଳରେ ସାମିଲ ହୋଇ ବାହାରି ସାରିଥିବି। ଯଦି ମୁଁ ‌‌କେବେ ଜୀବନ ହାରିଦିଏ ଚାଷୀ ହୋଇ ଜନ୍ମ ନେବାକୁ ଚାହିଁବି।’

Related posts

ସୁଶାନ୍ତ ସିଂ ରାଜପୁତ ଅମର ହେ ‘

mahabharatanews

OTTରେ ରିଲିଜ ହେଲା ଫିଲ୍ମ ‘ଜୱାନ’ 

mahabharatanews

ଭାଙ୍ଗିଲା ଶ୍ରଦ୍ଧା କପୁରଙ୍କ ଗୋଡ଼

mahabharatanews