ଓଡିଶା

ଗଜରାଜ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର- ଗଜରାଜ ପାଇଁ ନନ୍ଦନକାନନ ବନ୍ଦ । ନନ୍ଦନକାନନରେ ୨ଟି ଜଙ୍ଗଲୀ ହାତୀ ପଶିଯାଇଛନ୍ତି । ଯେଉଁ କାରଣରୁ ନନ୍ଦନ କାନନ ବାଣ୍ଡ କରାଯାଇଛି । କାରଣ ପର୍ଯ୍ୟଟକଙ୍କ ପାଇଁ ହାତୀ ବିପଦ ଆଣିପାରେ । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ୟ୍ୟନ୍ତ ବଣୁଆ ହାତୀକୁ ସୁରକ୍ଷିତ ଭାବେ ନନ୍ଦନକାନନରୁ ବାହାର କରାଯାଇନି, ସେ ପର୍ୟ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ତେବେ ହାତୀ ଘଉଡାଇବାକୁ ନନ୍ଦନକାନନ ଓ ଚନ୍ଦକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ହାତୀ ପାଇଁ ନନ୍ଦନକାନନ ବନ୍ଦ ରହିବ କିନ୍ତୁ ବଟାନିକାଲ ଗାର୍ଡେନ୍ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ।

Related posts

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

mahabharatanews

ଗାଁ ଦାଣ୍ଡରୁ ପାଣି ନିଷ୍କାସନ ପାଇଁ ବିଡିଓଙ୍କୁ ଚିଠି ଲେଖିଲେ ଧାନନ୍ଦା ଗ୍ରାମବାସୀ

mahabharatanews

କଟକ ସହରରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ 

mahabharatanews

Leave a Comment