ଓଡିଶା

ଗଜରାଜ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର- ଗଜରାଜ ପାଇଁ ନନ୍ଦନକାନନ ବନ୍ଦ । ନନ୍ଦନକାନନରେ ୨ଟି ଜଙ୍ଗଲୀ ହାତୀ ପଶିଯାଇଛନ୍ତି । ଯେଉଁ କାରଣରୁ ନନ୍ଦନ କାନନ ବାଣ୍ଡ କରାଯାଇଛି । କାରଣ ପର୍ଯ୍ୟଟକଙ୍କ ପାଇଁ ହାତୀ ବିପଦ ଆଣିପାରେ । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ୟ୍ୟନ୍ତ ବଣୁଆ ହାତୀକୁ ସୁରକ୍ଷିତ ଭାବେ ନନ୍ଦନକାନନରୁ ବାହାର କରାଯାଇନି, ସେ ପର୍ୟ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ତେବେ ହାତୀ ଘଉଡାଇବାକୁ ନନ୍ଦନକାନନ ଓ ଚନ୍ଦକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ହାତୀ ପାଇଁ ନନ୍ଦନକାନନ ବନ୍ଦ ରହିବ କିନ୍ତୁ ବଟାନିକାଲ ଗାର୍ଡେନ୍ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ।

Related posts

ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କୁ ଆକ୍ରମଣ: କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

mahabharatanews

ଆଇନଜୀବୀ ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

mahabharatanews

ବନ୍ଦେ ମାତରମ ୧୫୦ବର୍ଷ ଉତ୍ସବ ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews