ଓଡିଶା

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି। ଏସୋସିଏସନ ର ବରିଷ୍ଠ ସଦସ୍ୟ ସୁଶୀଲ ନାଏକ ଙ୍କ ଆବାହକତ୍ୱ ରେ ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ।  ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ର ସଭାପତି ଦିଲୀପ ରାଉତ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ଜୟପାଟଣା ଶାଖା ମ୍ୟାନେଜର ପ୍ରଭାକର ଦାସ, ମୁଖ୍ୟ ବକ୍ତା ଅଂଚଳର ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଭାସ୍କର ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରାଣରଞ୍ଜନ ବେହେରା, ଅସରଫ ଅଲ୍ଲୀ, ସମାଜସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ, ଏଡ଼ଭୋକେଟ ଗଙ୍ଗାଧର ପାତ୍ର, ଯୋଗ ଦେଇଥିଲେ.। ଅଗ୍ରପୁଜ୍ୟ ଗଣେଶ ଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣପୁର୍ବକ ପୂଜାର୍ଚନା କରା ଯିବା ପରେ, ଦିବଂଗତ ସାମ୍ବାଦିକ ପ୍ରଭାକର ପଟ୍ଟନାୟକ ଙ୍କ ଆବର୍ତ୍ତମାନ ରେ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ପ୍ରତ୍ୟେକ ସାମ୍ବାଦିକ ନିଷ୍ଠାପର, ନିର୍ଭିକ, ଭାବେ ପ୍ରତ୍ୟେକ ଖବରକୁ ଟିକିନିଖି ତନଖି ଖବର ପ୍ରଚାର, ପ୍ରସାର କରିବା ମୁଖ୍ୟ ଦାୟିତ୍ୱ ରହିଛି। ତୃଣମୂଳ ସ୍ତରରୁ ଅନ୍ୟାୟ ବିରୁଦ୍ଧରେ କଲମ ମୁନରେ ସ୍ୱର ଉତ୍ତୋଳନ ସହ, ଜନସାଧାରଣଙ୍କ ଉନ୍ନତି, ପ୍ରଗତି କାର୍ଯ୍ୟ ମାନଙ୍କରେ ସାମ୍ବାଦିକ ଛିଡ଼ାହୋଇ ଦାବିହାସଲ କରେଇବା ଭୂମିକା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହିଶିବିର ରେ ସାମ୍ବାଦିକ ଚିତ୍ରସେନ ବାଗ, ରାଜେନ୍ଦ୍ରପ୍ରସାଦ ପଣ୍ଡା, ବ୍ୟମୋକେଶ ପଣ୍ଡା, ରଶ୍ମି ରଞ୍ଜନ ଠାକୁର, ଜୀବନ ପ୍ରସାଦ କନ୍ଦ ପାନ, ମୃଣ୍ମୟ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିବାବେଳେ ସାମ୍ବାଦିକ ଗୋଲାପସାହୁ ଅତିଥି ପରିଚୟ, ମଞ୍ଚପରିଚାଳନା କରିଥିଲେ। ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଶ୍ରାବଣର ଶେଷ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ଼

mahabharatanews

ରାଜ୍ୟରେ 18 ମାସରେ ମହିଳାଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା 48 ହଜାର 789

mahabharatanews

ଧରଣୀଧର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳିତ

mahabharatanews