ଅପରାଧଓଡିଶା

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

ମାଲକାନଗିରି: ନକ୍ସଲ ଦମନ ଓ ନକ୍ସଲଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଆଭିମୁଖ୍ୟ ନେଇ ରାଜ୍ୟ ସରକାରଙ୍କ ସମସ୍ତ ବ୍ୟବସ୍ଥାକୁ ଖୋଲାଖୋଲି ନକ୍ସଲଙ୍କ ଚ୍ୟାଲେଞ୍ଜ । ମାଲକାନଗିରିକୁ ପୁଲିସ ଡିଜିପିଙ୍କ ବାରମ୍ବାର ଗସ୍ତ ସତ୍ତେ୍ୱ ନକ୍ସଲଙ୍କ ଉପରେ ପକାଇ ପାରୁନି ପ୍ରଭାବ । ଆଜି ବିକାଶ କାର୍ଯ୍ୟରେ ଜଣେ ଠିକାଦାରଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଏପରି ଦେଖିବାକୁ ମିଳିଛି ମାଥିଲି- ଗୋଲିଆଗୁଡ଼ାଠାରେ ।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରିର ମାଥିଲି- ଗୋଲିଆଗୁଡ଼ା ରାସ୍ତା କାମ ଚାଲିଛି । ଆଜି ରାସ୍ତା କାମ ଚାଲିଥିଲା, ଶ୍ରମିକଙ୍କ କାମର ତଦାରଖ କରୁଥିଲେ ଠିକାଦାର ସୁକୁମାର ମଣ୍ଡଳ । ଏହି ସମୟରେ ୧୫ରୁ ୨୦ ଜଣ ନକ୍ସଲ ସେଠାରୁ ଠିକାଦାର ଶ୍ରୀ ମଣ୍ଡଳଙ୍କୁ ଡାକି ନେଇଥିଲେ ଓ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ। ଏଥିସହ ରାସ୍ତା କାମରେ ବ୍ୟବହୃତ ୧ ବୋଲେରୋ, ୧ ଟ୍ରାକ୍ଟର ଓ ୧ ପ୍ରୋକଲିନ ମେସିନରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛି ।

SR

Related posts

ଆଶ୍ରମରେ ମିଳିଲା ସାଧୁଙ୍କ ମୃତଦେହ 

mahabharatanews

୨୭୮ ଭୋଟରେ ଜିତିଲେ ଅସିତ

mahabharatanews

ଦିଆସିଲି କାଠିରେ ଶାଶ୍ୱତଙ୍କ ରେଡିଓ

mahabharatanews