ଓଡିଶା

ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ: ମାଲକାନଗିରିରେ ହାଇଆଲର୍ଟ

ମାଲକାନଗିରି: ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ। ଅଗଷ୍ଟ ୩ ପର୍ଯ୍ୟନ୍ତ ଏହାକୁ ପାଳନ ପାଇଁ ନକ୍ସଲ ପ୍ରସ୍ତୁତି ଶେଷ କରିଛନ୍ତି। ଏଥି ପାଇଁ ବିଭିନ୍ନ ଗାଁରେ ସହିଦଙ୍କ ଉଦ୍ଦେଶ୍ୟରେ ସ୍ତମ୍ଭ ନିର୍ମାଣ କରିବା ସହ ବହୁସଂଖ୍ୟାରେ ଲୋକଙ୍କୁ ଏକଜୁଟ କରିବେ ବୋଲି ସୂଚନା ମିଳିଛି। ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପୁଲିସ ସତର୍କ ରହିଛି। କମ୍ବିଂ ଅପରେସନ୍‌ ସହ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି। ଛତିଶଗଡ଼ରେ ହିଂସା ଘଟାଇ ମାଲକାନଗିରି ଜିଲ୍ଲାରେ ପଶିବାର ସମ୍ଭାବନା ରହିଥିବାରୁ ସୀମାକୁ ସିଲ୍‌ କରିବା ସହ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସହିଦ ସପ୍ତାହରେ ନକ୍ସଲ ଅଧିକ ହିଂସାତ୍ମକ ହୋଇଥାନ୍ତି। ପୁଲିସକୁ ଟାର୍ଗେଟ କରିବା ସହ ପୁଲିସ ଇନ୍‌ଫର୍ମରଙ୍କୁ ହତ୍ୟା କରିବାର ନଜିର ରହିଛି। ସହିଦସ୍ତମ୍ଭ ନିକଟରେ ନାଚଗୀତ ସହ ଲୋକଙ୍କୁ ନିଜ ପରାକ୍ରମ କାହାଣୀରେ ବଖାଣିଥାନ୍ତି। ଆଦିବାସୀ କୋୟା ଏବଂ ଗଣ୍ଡି ଭାଷାରେ ସଂଗଠନ କିଭଳି ଜଳ, ଜଙ୍ଗଲ ଓ ଜମିକୁ ରକ୍ଷା କରୁଛି ବୁଝାଇଥାନ୍ତି। ଚଳିତବର୍ଷ କିନ୍ତୁ ପୁଲିସ ଅଧିକ ସକ୍ରିୟ ହୋଇ ସହିଦସ୍ତମ୍ଭ ଧ୍ବଂସ କରିବା ସହ ଲୋକଙ୍କୁ ଏଥିରେ ଭାଗ ନନେବାକୁ ଅନୁରୋଧ କରିଛି।

Related posts

ବେଆଇନ ମଦ କାରବାର ବେଳେ ୨ ଗିରଫ

mahabharatanews

ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

mahabharatanews