ଓଡିଶା

ଲାଞ୍ଜିଗଡରେ ମାଓ ପୋଷ୍ଟର

(ମହାଭାରତ, ଲାଞ୍ଜିଗଡ): ଗତ ୨ ତାରିଖରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଚାଲିଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ଖେମଡିପଦର ଗାଁରେ ମାଓବାଦୀଙ୍କ ହାତଲେଖା ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଏହି ପୋଷ୍ଟର ବଂଶଧାରା ଘୁମସର ନାଗାବଳି ଡିଭିଜନ ମାଓବାଦୀମାନଙ୍କ ପକ୍ଷରୁ ଜାରି କରାଯାଇଥିବା ଜଣାଯାଇଛି । ତ୍ରିଲୋଚନପୁର ରାସ୍ତାକାମକୁ ବନ୍ଦ କର । ଏହି ରାସ୍ତା ଲୋକଙ୍କ ପାଇଁ ନିର୍ମାଣ କରାଯାଉନାହିଁ ନିୟମଗିରିର ଖଣିଜ ସମ୍ପଦ ଟେକି ନେବା ପାଇଁ ଏହା ନିର୍ମାଣ ହେଉଛି । ରାସ୍ତା ନିର୍ମାଣ ବନ୍ଦ ନହେଲେ ଦଣ୍ଡ ପାଇବ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ଏହି ପୋଷ୍ଟର ଲାଗିବା ପରେ ସେହି ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି ।

Related posts

ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ

mahabharatanews

ଆଇନଜୀବୀ ପ୍ରଫୁଲ ନାଏକ ବିଏସପି ପାର୍ଟିର ଜିଲ୍ଲା ସଭାପତି

mahabharatanews

ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ, ଆଜି ରାଜ୍ୟ ପାଳୁଛି ପଖାଳ ଦିବସ

mahabharatanews