ଓଡିଶା

ବାଇକ୍ରେ ବୁହା ହେଲା ମୃତଦେହ

(ମହାଭାରତ, ଗଜପତି): ରାୟଗଡା ବ୍ଲକରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକ୍ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ବୁହା ହୋଇଛି । ସୂଚନା ଅନୁସାରେ, ହାତୀବାଡି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ରାୟଗଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ନେବାକୁ କୌଣସି ବ୍ୟବସ୍ଥା ନକରି ଡାକ୍ତର ଜଣକ ମୃତକଙ୍କ ପରିବାର ଲୋକଙ୍କୁ ନିଜ ବ୍ୟବସ୍ଥାରେ ଶବ ନେବାକୁ କହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଟୋ ଭଡା ପାଇଁ ବୁଝିବାରୁ ଡ୍ରାଇଭର ମାତ୍ର ୩ କିମି ବାଟ ପାଇଁ ୩ ହଜାର ଟଙ୍କା ଭଡା ମାଗିଥିଲା । ଏତେ ଟଙ୍କା ଦେବାକୁ ସାମର୍ଥ୍ୟ ନଥିବାରୁ ଶେଷରେ ନିରୁପାୟ ହୋଇ ପରିବାର ଲୋକେ ବ୍ୟକ୍ତିଙ୍କ ମୃତଦେହକୁ ଘରକୁ ବୋହି ନେବା ଦେଖିବାକୁ ମିଳିଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା ।

Related posts

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟର ସମସ୍ତ ରାଜପଥ ହେବ ୪ ଲେନ ବିଶିଷ୍ଟ : ପୂର୍ତ୍ତ ମନ୍ତ୍ରୀ

mahabharatanews

ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଲା

mahabharatanews