ଓଡିଶା

ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ

କୋରାପୁଟ: କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତର ବାଳିକା ଉଚ୍ଚ ବିଦ୍ୟାଳୟ ଛୁଟି ହେବା ପରେ ନିଜ ନିଜ ଗ୍ରାମରେ ପହଞ୍ଚିଛନ୍ତି । ବିଦ୍ୟାଳୟରେ କରୋନା ଭୂତାଣୁରୁ ସୁରକ୍ଷିତ ରହିବାକୁ ବିଦ୍ୟାଳୟରେ ଦିଆଯାଇଥିବା ସଚେତନ ବର୍ତ୍ତା ଏବେ ନିଜ ଗ୍ରାମ କାରଞ୍ଜିଗୁଡା ଠାରେ ପ୍ରଚାର କରୁଛନ୍ତି । ଛାତ୍ରୀ ଯସ୍ମୀନ ମହିନୀ ପାଣିଙ୍କ ନେତୃତ୍ୱରେ ଛାତ୍ରୀମାନେ ଘରକୁ ଘର ଯାଇ କରୋନା ଭୂତାଣୁରୁ ସୁରକ୍ଷିତ ରହିବା ପାଇଁ ହାତ ଧୋଇବାର ୭ପ୍ରକାର ପ୍ରଣାଳୀ ଶିଖେଇବା ସହ ନିଜେ ଏବଂ ନିଜ ପରିବାର ସଦସ୍ୟମାନେଙ୍କୁ ସଫା ସୁତୁରା ରଖି ନାକ, ମୁହଁରେ ବାରମ୍ବାର ହାତ ଦେବାକୁ ମନା କରୁଛନ୍ତି । ଗ୍ରାମରେ ଗହଳି କରନ୍ତୁ ନାହିଁ , କାଶ କି ଝିଙ୍କ ହେଲେ ରୁମାଲ ନାକରେ ରଖି ଝିଙ୍କବା , ସାମାଜିକ ଦୂରତା ରକ୍ଷା କରିବା, ଉଷୁମ ପାଣି ପିଇବାକୁ କହିଥିଲେ । ସେହି ପରି ସେହି ଗ୍ରାମର ଅଙ୍ଗନବାଡି ଦିଦି, ଆଶା ଦିଦି ମଧ୍ୟ କରୋନା ଭୂତାଣୁ ସଂଗ୍ରାମ ରୋଗରୁ ସୁରକ୍ଷିତ ରହିବାକୁ ଉଲ୍ଲେଖ ଥିବା ପତ୍ରିକା ବାଣ୍ଟୁଛନ୍ତି । ପ୍ରସୂତି ମା ମାନଙ୍କୁ ହାତ ଧୋଇବା ଶିଖେଇଛନ୍ତି । କାଶ, ଜ୍ଜ୍ୱର, କି ସ୍ୱାସ୍ଥ୍ୟ ପ୍ରତି ଅନ୍ୟାନ୍ୟ କିଛ ସମସ୍ୟା ହେଲେ ତୁରନ୍ତ ମେଡ଼ିକାଲ ଯିବାକୁ ପରାମର୍ଶ ଦେଇଛନ୍ତି ।

Related posts

ଭିଜିଲାନ୍ସ ଜାଲରେ ସେସୁର କନିଷ୍ଠ ଯନ୍ତ୍ରୀ

mahabharatanews

ବର୍ଷରେ ନିମ୍ନ ମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ SHG ହୋଇଛନ୍ତି କଳା ତାଲିକା ଭୁକ୍ତ

mahabharatanews

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

mahabharatanews