ଓଡିଶା

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

(ମହାଭାରତ, ପୁରୀ): ନେତାଜୀ ଜୟନ୍ତୀକୁ ନେଇ ଗୁୁରୁବାର ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନଓ ସାହୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଦେଶ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ନେତାଜୀ ସୁଭାଷ ବୋଷଙ୍କୁ ମନେ ପକାଇ ପୁରୀ ଲାଇଟ ହାଉସ ବେଳାଭୂମୀ ଠାରେ ୨୦ ଫୁଟ୍ ଲମ୍ବର ଏକ ବିଶାଳ ବାଲୁକାକଳା ସେ ତିଆରି କରିଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ୨୦ ଟନ ବାଲି ସହ ୭ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ଏହି ବାଲୁକା କଳାରେ ସୁଭାଷ ବୋଷଙ୍କ ଅବିକଳ ଛବି ସହ ତ୍ରିରଙ୍ଗାକୁ ସ୍ଥାନ ଦେବା ସହ ଶିଳ୍ପୀ ମାନସ ଦେଶବାସୀଙ୍କୁ ନେତାଜୀ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ସମୁଦ୍ରରେ ଗାଧୋଇବାବେଳେ ବୁଡିଗଲେ ପରିବାରର ୫ ସଦସ୍ୟ, ୨ମୃତ

mahabharatanews

ପିପିଲିରେ ୨୯ ପ୍ଲାଟୁନ ଓଏସପି, ୩ କମ୍ପାନୀ ସିଏପିଏଫ ମୁତୟନ: ଡିଜିପି

mahabharatanews

କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ ବିବାଦ

mahabharatanews