ଓଡିଶା

ଭୁବନେଶ୍ୱରରୁ ୧୧ ଚିହ୍ନଟ

 ଭୁବନେଶ୍ୱର: ରାଜ୍ୟରେ ଆଜି ୧୪୩ ଜଣ କରୋନା ସଂକ୍ରମଣ ହୋଇଥିବା ବେଳେ ଭୁବନେଶ୍ୱରରୁ ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।
ଭୁବନେଶ୍ୱରର ୧୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କ ଘର ଉତ୍ତରପ୍ରେଦେଶରେ। ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୩୩ବର୍ଷ, ୪୦ବର୍ଷ, ୫୫ବର୍ଷ, ୩୦ବର୍ଷ, ୨୧ବର୍ଷ ଓ ୨୨ବର୍ଷ । ସେମାନେ ସମସ୍ତେ ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ ଅଫିସ୍‌ ନିକଟରେ କାମ କରୁଥିଲେ। ସେହିପରି ୨୭ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗର ବାସିନ୍ଦା ପଜିଟିଭ୍‌ ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ ଅଫିସ୍‌ ନିକଟରେ କାମ କରୁଥିଲେ। ସେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ। ଅଷ୍ଟମ କରୋନା ଆକ୍ରାନ୍ତ ଜଣକ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେ ଭୁବନେଶ୍ୱରସ୍ଥିତ ବାଣୀବିହାରରେ ନିର୍ମାଣ କାମ କରୁଥିଲେ। ସେହିପରି ଅନ୍ୟ ତିନିଜଣ କରୋନା ଆକ୍ରାନ୍ତ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଏମାନେ ସମସ୍ତେ ରେଳ କର୍ମଚାରୀ । ଏହି ରେଳ କର୍ମଚାରୀଙ୍କ ବୟସ ଯଥାକ୍ରମେ ୬୦ବର୍ଷ, ୨୮ବର୍ଷ ଓ ୨୮ବର୍ଷ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି ।

Related posts

ଏସଆରସିଙ୍କ ବନ୍ୟା ମୁକାବିଲାକୁ ନେଇ ସୂଚନା

mahabharatanews

ମାଉସୀ -ପୁତୁରାର ପ୍ରେମ କାହାଣୀ

mahabharatanews

ଦ୍ଵିତୀୟ ଦିନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews