ଓଡିଶା

ସ୍କୁଲ ବସ ପାଇଁ ଗାଇଡଲାଇନ

(ଭୁବନେଶ୍ୱର) : ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ । ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ ।

ସୂଚନାନୁଯାୟୀ ,  ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ୍‌ ରହିବା ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ କରାଯାଇଛି। ବସ ଡୋରଟି ଭଲ ଭାବେ ଲକ୍ ହେଉଥିବା ଆବଶ୍ୟକ । ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ । ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ ଲାଇସେନ୍ସ ଥିବା ସହ ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ ରହିଛି । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଛି ପରିବହନ ବିଭାଗ ।

Related posts

OAS ସ୍ତରରେ ଅଦଳବଦଳ, ତ୍ରିଷ୍ଣା ବିଶ୍ୱାଳ ରାଜ୍ୟ ସୂଚନା କମିଶନରଙ୍କ ଅନୁସଚିବ ଭାବେ ନିଯୁକ୍ତ

mahabharatanews

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

mahabharatanews

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

mahabharatanews