ଭାରତ

ଟ୍ରାଫିକ୍ ର ନୂଆ ନିୟମ : କାଗପତ୍ର ଓ ହେଲ୍‌ମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ

ନୂଆଦିଲ୍ଲୀ : ଦିନକୁ ଦିନ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାକୁ ଲାଗୁଛି । ଏବେ ଏମିତି ନିୟମ ହୋଇଛି ଯେ ଅମାନିଆଙ୍କ ଟ୍ରାଫିକ୍ କବଳରୁ ଖସିଯିବା ଭାରି ପଡିବ। ନୂଆ ନିୟମ ଅନୁସାରେ ଆପଣଙ୍କ ପାଖରେ ଗାଡ଼ିର ସବୁ କାଗଜପତ୍ର ଥିଲେ ବି କଟିପାରେ ଚାଲାଣ। ତାହା କେମିତି ଆସନ୍ତୁ ଜାଣିବା। ସୂଚନା ଅନୁସାରେ ମୋଟର ଯାନ ଅଧିନିୟମ ଅନୁଯାୟୀ ଯଦି ଆପଣ ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ କିମ୍ବା କୌଣସି ପ୍ରକାରେ ଟ୍ରାଫିକ୍ ପୋଲିସ୍ ସହିତ ଅସଦାଚରଣ କରନ୍ତି, ତେବେ ୧୭୯ ଏମ୍‌ଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ୍‌ ପୋଲିସଙ୍କୁ ଅଧିକାର ଦିଆଯାଇଛି। ଏଣୁ ସାବଧାନ ହୋଇଯାଆନ୍ତୁ। ଏଣିକି ଦୁର୍ବ୍ୟବାହର କଲେ ଆପଣଙ୍କୁ ମହଙ୍ଗା ପଡ଼ିପାରେ।

ଏହା ଅନେକ ଥର ଦେଖାଯାଇଛି ଯେ ଆମେ ପୋଲିସ୍ ସହିତ କିଛି ବିଷୟରେ ଯୁକ୍ତିତର୍କ ଆରମ୍ଭ କରୁ ଏବଂ ସେହି ଯୁକ୍ତି ଏତେ ବଢିଯାଏ ଯାଏ ଯେ ଏହା ପୋଲିସ ମାନଙ୍କ ପ୍ରତି ଅସମ୍ମାନରେ ପରିଣତ ହୁଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ଟ୍ରାଫିକ୍ ପୋଲିସ୍ ସହିତ ଅସଦାଚରଣ ନକରିବାକୁ ପରାମର୍ଶ ଦିଆଯାଇଛି ଏବଂ ଯଦି ପୋଲିସ୍ ଆପଣଙ୍କ ସହ ଅସଦାଚରଣ କରନ୍ତି ତେବେ ଆପଣଙ୍କ ନିକଟରେ ଅଭିଯୋଗ କରିବା ଏବଂ ମାମଲାକୁ କୋର୍ଟକୁ ନେବା ପାଇଁ ବିକଳ୍ପ ରହିଛି। ନୂତନ ଟ୍ରାଫିକ ନିୟମ ଅନୁଯାୟୀ, ହେଲମେଟ ପିନ୍ଧିବା ପାଇଁ ୨୦୦୦ ଟଙ୍କାର ଚାଲାଣ କଟିପାରେ। ପ୍ରକୃତ ମୋଟର ଯାନ ଅଧିନିୟମ ଅନୁଯାୟୀ ଯଦି ଆପଣ ମୋଟରସାଇକେଲ, ସ୍କୁଟର ଚଲାଇବା ସମୟରେ ହେଲମେଟ ପିନ୍ଧୁ ନାହାଁନ୍ତି ତେବେ ନୂଆ ନିୟମ ଅନୁସାରେ  ୧୦୦୦ ଟଙ୍କା ଏବଂ ଯଦି ଆପଣ ତ୍ରୁଟିପୂର୍ଣ୍ଣ ହେଲମେଟ ପିନ୍ଧିଛନ୍ତି (BIS ବିନା) ତେବେ  ଅନୁଯାୟୀ ୧୦୦୦ ଟଙ୍କା କଟାଯାଇପାରିବ ।

Related posts

ଯାତ୍ରୀଙ୍କୁ ଡାଇରିଆ ହେତୁ ଜରୁରୀ ଅବତରଣ କଲା ବିମାନ

mahabharatanews

ଉତ୍ତାପ ପାଇଁ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ  

mahabharatanews

ଇସ୍ତଫା ଦେଲେ ପେଟିଏମ୍ ସିଇଓ ତଥା ସଭାପତି ଭବେଶ ଗୁପ୍ତା

mahabharatanews

Leave a Comment