ଓଡିଶା

ଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପି

ପୁରୀ: ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି । ୨୧ଫେବୃଆରୀ ରୁ ଲାଗୁ ହେବ ଏହି ନୂଆ ନିୟମ । ଦର୍ଶନ ପାଇଂ ଦେଖେଇବାକୁ ପଡିବନି କୋଭିଡ ଟୀକା ପ୍ରମାଣ ପତ୍ର । ଗତ ୧୪ ତାରିଖରେ ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକ ରେ ହୋଇଥିଲା ନିଷ୍ପତ୍ତି । କୋଭିଡର ଗାଇଡ ଲାଇନ ସହ ପୂର୍ବରୁ ୩୧ ଜାନୁଆରୀ ରେ ଏକ ଏସ ଓ ପି ଜାରି ହୋଇ ଖୋଲିଥିଲା ଶ୍ରୀମନ୍ଦିର । ତେବେ ଟୀକା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତା ମୂଳକ ରହିଥିଲା । ମାତ୍ର ନୂତନ ଏସ ଓ ପି ଅନୁଯାୟୀ ଆସନ୍ତା ଫେବୃଆରୀ ୨୧ ରୁ ବିନା ଟୀକା ପ୍ରମାଣପତ୍ର ରେ ଦର୍ଶନ ପାଇବେ ଶ୍ରଦ୍ଧାଳୁ ।
ନୂଆ ଏସଓପି ଅନୁଯାୟୀ ସକାଳ ୬ ରୁ ରାତ୍ରି ୯ ପର୍ଯ୍ୟନ୍ତ ଦର୍ଶନ ର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ଟୀକା କିମ୍ବା କୋଭିଡ ନେଗେଟିଭ ପ୍ରମାଣ ପତ୍ର ର ଆଵଶ୍ୟକତା ରହିବ ନାହିଁ। ପୂର୍ବ ଭଳି ପ୍ରତି ରବିବାର ବିଶୋଧନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ବନ୍ଦ ରହିବ । ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ଧାଡି ର ବ୍ୟବସ୍ଥା ରହିବ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଥମିକତା ଦୃଷ୍ଟିରୁ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଭିନ୍ନ ଆଦେଶାନାମା ଜାରି ହେବ ।ଧାଡି ରେ ଦର୍ଶନ ପାଇଁ ଯାଉଥିବା ସମସ୍ତ ଭକ୍ତ ଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରାଯିବ । କରୋନା ସ୍ଥିତି ରେ ସୁଧାର ଆସିଥିବାବେଳେ ଏବଂ ଅଧିକାଂଶ ଲୋକେ ଟୀକାକରଣ ରେ ସାମିଲ ହୋଇସାରିଥିବାରୁ ଏପରି ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Related posts

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବନ୍ୟା ପ୍ରପୀଡିତଙ୍କ ପାଇଁ ୩ ଶହ କୋଟି ଟଙ୍କାର ପ୍ୟାକେଜ୍

mahabharatanews

ବାର୍ଥଡେ ପାର୍ଟିରୁ ନିଖୋଜ ହୋଇ ମେଡିକାଲରୁ ଉଦ୍ଧାର ହେଲେ ଯୁବକ

mahabharatanews