ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ଆଗରେ ବଡ଼ ସ୍କୋର ଛିଡ଼ା କରିଛି ନ୍ୟୁଜିଲାଣ୍ଡ ଟିମ୍ । ନ୍ୟୁଜିଲାଣ୍ଡ ପକ୍ଷରୁ ଲଗାତାର ଦ୍ବିତୀୟ ଥର ପାଇଁ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି ଡାରେଲ ମିଚେଲ । ମିଚେଲ ୧୩୧ ବଲ୍ ରେ ୧୩୭ ରନ୍ ସ୍କୋର କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୧୦୬ ରନ୍ ର ଏକ ବଡ ଇନିଂସ ଖେଳିଥିଲେ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ୱିକେଟ ହରାଇଥିଲା । ପରେ ମିଚେଲ ଏବଂ ଫିଲିପ୍ସ ପାଳି ସମ୍ଭାଳିଥିଲେ । ୫୦ ଓଭରରେ ନ୍ୟୁଜିଲାଣ୍ଡ ୮ ୱିକେଟ ହରାଇ ୩୩୭ରନ୍ କରିଛି । ଭାରତ ପକ୍ଷରୁ ଅର୍ଶଦୀପ ଓ ହର୍ଷିତ ରାଣା ୩ଟି ଲେଖାଏ ୱିକେଟ ନେଇଛନ୍ତି । ମହମ୍ମଦ ସିରାଜ ଓ କୁଳଦୀପ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି ।

ତେବେ ଭାରତ ପାଇଁ ଆଜି କର ବା ମର ସ୍ଥିତି ଉପୁଜିଛି । ତିନି ଟିକିଆ ଦିନିକିଆ ସିରିଜ୍ ୧-୧ ରେ ବରାବର ଥିବାବେଳେ ଆଜିର ମ୍ୟାଚକୁ ଯିଏ ଜିତିବ ସେ ସିରିଜ୍ ବିଜୟ ହେବ । ତେଣୁ ଉଭୟ ଦଳ ମ୍ୟାଚକୁ ନିଜ ସପକ୍ଷରେ ନେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ।
![]()
