ମନୋରଞ୍ଜନ

ବ୍ୟବହାରକୁ ନେଇ ଟ୍ରୋଲ୍ ହେଲେ ରଣବୀର କପୁର  

(ମୁମ୍ବାଇ) : ବିମାନ ବନ୍ଦରରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଏକ ଭିଡିଓ ବର୍ତ୍ତମାନ ଜନସାଧାରଣଙ୍କ ଦୃଷ୍ଟିକୁ ଆସିଛି ରଣବୀର କପୁର ସେମାନଙ୍କ ଚଳଚ୍ଚିତ୍ର ‘ଜାନୱାର’ର ସୁଟିଂ ପରେ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ଦୁବାଇକୁ ଦୀର୍ଘ ଦିନିଆ ଛୁଟିରେ ଯାଇଥିଲେ। ଗୁରୁବାର ରାତିରେ ଦୁବାଇ ବିମାନବନ୍ଦରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା ଭିଡିଓରେ ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଲୋକେ ଦେଖୁଥିବା ବେଳେ ରଣବୀରଙ୍କ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଖବରନୁଯାୟୀ , ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରଣବୀର ଓ ଆଲିଆ ଦୁହେଁ ବିମାନବନ୍ଦରରେ ଅଲଗା ଅଲଗା ଯାଉଛନ୍ତି। ହଠାତ ଫଟୋ ପୋଜ୍‌ ଦେବା ପାଇଁ ରଣବୀର ଆଲିଆଙ୍କ କାନ୍ଧରେ ହାତ ପକାଉଛନ୍ତି। ହେଲେ ସେ ଯେପରି ଭାବେ ଆଲିଆଙ୍କ କାନ୍ଧରେ ହାତ ରଖିଛନ୍ତି ସେଥିରେ ଅସହଜ ମନେ କରିଛନ୍ତି ଆଲିଆ। ଯାହାକୁ ନେଇ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି।

Related posts

OTT’ରେ ବିଗ୍ ବସ୍

mahabharatanews

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

mahabharatanews

ଲଣ୍ଡନରେ ଛୁଟି କାଟୁଛନ୍ତି ବିରୁସ୍କା

mahabharatanews