ଭୁବନେଶ୍ୱର: ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ହାର କମିଛି । ତେଣୁ କୋଭିଡ଼ କଟକଣାରେ ପୁଣି କୋହଳ କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇଦିଆଯାଇଥିବାର ଘୋଷଣା କରାଯାଇଛି । ସାରା ରାଜ୍ୟରେ କୋଭିଡ ମାମଲା କମୁଥିବାରୁ ନାଇଟ କର୍ଫ୍ୟୁ ହଟାଇଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିଲା । ଆଉ ଆସନ୍ତା ୨୮ ତାରିଖ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଥିଲା | କିନ୍ତୁ କୋଭିଡ ମାମଲା କମୁଥିବାରୁ ନିର୍ଦ୍ଧାରିତ ଦିନ ପୂର୍ବରୁ ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଥିବା ସୂଚନା ମିଳିଛି |