ଓଡିଶା

ବାହାରିଲା ଶ୍ରୀମନ୍ଦିରରୁ ମହାପ୍ରସାଦ 

(ପୁରୀ) : ଲୀଳାଖେଳା ସାରି ପୁଣି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିଳାଦ୍ରୀ ବିଜେ ହୋଇସାରିଛି  । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ । ଏହା ପରେ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ । ଜୁଲାଇ ୧ରେ ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠ ସୁଆଁସିଆମାନେ ପଶି ଚାରମାଳ ଖୋଲିଛନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି ।

ସୂଚନାନୁଯାୟୀ , ଗତକାଲି ରବିବାର ଦିନ ଅବଢ଼ା ବାହାରିବା ବେଳକୁ ୫ଟା ୧୭ ମିନିଟ୍‌ ହୋଇଯାଇଥିଲା। ତଥାପି ବହୁ ଭକ୍ତ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ଭୋଗ ମଣ୍ଡପରୁ ଅବଢ଼ା ବାହାରି ଆନନ୍ଦ ବଜାରକୁ ଆସିବା କ୍ଷଣି ଆନନ୍ଦ ବଜାରରେ ଭିଡ଼ ଜମିଯାଇଥିଲା।

Related posts

ସରପଞ୍ଚ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

mahabharatanews

ନୂତନ ଶିକ୍ଷା ନୀତି ସହ ବ୍ରିଟିଶ ମ୍ୟୁଜିକ ଆଲବମର ତୁଳନା

mahabharatanews

ଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….

mahabharatanews